ନୂଆଦିଲ୍ଲୀ: ମୋ ଝିଅକୁ ସଞ୍ଜୟଙ୍କ ସମ୍ପତ୍ତି ଦରକାର ନାହିଁ ବୋଲି କହିଛନ୍ତି କରିସ୍ମାଙ୍କ ବାପା ରଣଧୀର କପୁର। ବଲିଉଡ୍ ଅଭିନେତ୍ରୀ କରିସ୍ମା କପୁର ୨୦୦୩ ମସିହାରେ ବିଜନେସ ଟାଇକୁନ୍ ସଞ୍ଜୟ କପୁରଙ୍କୁ ବିବାହ କରିଥିଲେ। କୌଣସି କାରଣରୁ ୨୦୧୪ ମସିହାରେ ଦମ୍ପତିଙ୍କ ଛାଡପତ୍ର ମଧ୍ୟ ହୋଇଯାଇଥିଲା।
ତେବେ ସଞ୍ଜୟଙ୍କ ସହ ବିବାହ ହେବା ପୂର୍ବରୁ ୨୦୦୨ ମସିହାରେ ଅଭିଷେକ ବଚ୍ଚନଙ୍କ ସହ ତାଙ୍କର ନିର୍ବନ୍ଧ ହୋଇଥିଲା କିନ୍ତୁ କିଛି ମାସ ପରେ ଉଭୟଙ୍କ ନିର୍ବନ୍ଧ ଭାଙ୍ଗି ଯାଇଥିଲା। ଏହା ପରେ କରିସ୍ମା, ସଞ୍ଜୟଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି। ଉଭୟଙ୍କ ଛାଡପତ୍ର ସମୟରେ ସଞ୍ଜୟ ଏହା ଅଭିଯୋଗ କରିଥିଲେ ଯେ କରିସ୍ମା ତାଙ୍କୁ ଟଙ୍କା ପାଇଁ ବିବାହ କରିଥିଲେ। ଯାହାକୁ ନେଇ କରିସ୍ମା କପୁରଙ୍କ ପିତା ତଥା ବରିଷ୍ଠ ଅଭିନେତା ରଣଧୀର କପୁର ୨୦୧୬ ମସିହାରେ ଏକ ସାକ୍ଷାତକାର ସମୟରେ କହିଥିଲେ ଯେ ତାଙ୍କୁ କାହାର ଟଙ୍କା ଦରକାର ନାହିଁ, କାରଣ ସେ କପୁର ପରିବାରର ସଦସ୍ୟ ଅଟନ୍ତି। ତାଙ୍କ ପ୍ରତିଭା ଦ୍ଵାରା ସେମାନେ ଜୀବନସାରା ନିଜକୁ ସମ୍ଭାଳି ପାରିବେ।
ସେ ଏହା ମଧ୍ୟ କହିଥିଲେ ଯେ ସେ କରିସ୍ମା ଏବଂ ସଞ୍ଜୟ କପୁରଙ୍କ ବିବାହ ବିରୁଦ୍ଧରେ ଥିଲେ। ତେବେ ସଞ୍ଜୟ, କରିସ୍ମାଙ୍କୁ ହଇରାଣ କରିବା ସହ ଅନ୍ୟ ମହିଳାଙ୍କ ସହ ରହୁଥିବା କଥା କହୁଥିଲେ।
ତେବେ ସଞ୍ଜୟ ତାଙ୍କ ଉଭୟ ସନ୍ତାନଙ୍କ ପାଇଁ ୧୪ କୋଟି ଟଙ୍କାର ବଣ୍ଡ କିଣିଥିଲେ ଯେଉଁଥିରେ ୧୦ ବର୍ଷ ପାଇଁ ବାର୍ଷିକ ୧୦ ଲକ୍ଷ ଟଙ୍କା ସୁଧ ମଧ୍ୟ ଦେବାକୁ ପଡିଥାଏ। କେବଳ ଏତିକି ନୁହେଁ ସେ କରିସ୍ମା ଏବଂ ତାଙ୍କ ପିଲାମାନଙ୍କ ପାଇଁ ଏକ ଘର ମଧ୍ୟ ବନାଇଥିବା ରିପୋର୍ଟରୁ ଜଣାପଡ଼ିଛି।