ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏବେ ଭାରତୀୟ କ୍ରିକେଟର ସଫଳ ଅଧିନାୟକ ଭାବେ ପରିଗଣତି ମହେନ୍ଦ୍ର ସିଂ ଧୋନୀ ନ୍ୟୁଜିଲାଣ୍ଡ ପଳେଇଯିବେ ବୋଲି ଚର୍ଚ୍ଚା ଜୋର ଧରିଛି । ବଲିଉଡର ଅଭିନେତା ଏବଂ ସ୍ୱୟଂ ଘୋଷିତ ସମୀକ୍ଷକ କମାଲ ରଶିଦ ଖାଁ ଓରଫ କେଆରକେ ଏହା କହିଛନ୍ତି । ସେ ତାଙ୍କ ଏକ୍ସ ଆକାଂଉଟରେ ଲେଖିଛନ୍ତି ଯେ, ଧୋନୀ ନ୍ୟୁଜିଲାଣ୍ଡ ଯାଉଛନ୍ତି । ବିରାଟ କୋହଲି ଲଣ୍ଡନ ଓ ବିବେକ ଓବରେୟ ଦୁବାଇରେ ରହିବ । ଭାରତରେ ଧକ୍କା ଖାଇବା ପାଇଁ ଭକ୍ତ ଅଛନ୍ତି । ସେ ଏହାକୁ ପୋଷ୍ଟ କରିବା ପରେ ସଙ୍ଗେ ସଙ୍ଗେ ଭାଇରାଲ ହୋଇଥିଲା । ଧୋନୀ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଏବେ ତାଙ୍କ ଆଇପିଏଲ କ୍ୟାରିୟର ପ୍ରାୟତଃ ଶେଷ ହୋଇଛି ।