ନୂଆଦିଲ୍ଲୀ: ଭାରତୀୟ ରେଳବାଇ ୧ ଜୁଲାଇ, ୨୦୨୫ ରୁ ଏକ ନୂଆ ଭଡ଼ା ଶୁଳ୍କ ଲାଗୁ କରିବାକୁ ଯାଉଛି। ଏହି ପରିବର୍ତ୍ତନ ସାଧାରଣ ଯାତ୍ରୀଙ୍କ ସହିତ ଦୀର୍ଘ ଦୂରତା ଯାତ୍ରା କରୁଥିବା ଲୋକଙ୍କୁ ମହଙ୍ଗା ପଡିବ।
ରେଳବାଇର ନୂଆ ଶୁଳ୍କ ଅନୁଯାୟୀ, ସାଧାରଣ ଦ୍ୱିତୀୟ ଶ୍ରେଣୀରେ ୫୦୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା ପାଇଁ କୌଣସି ବୃଦ୍ଧି ହେବ ନାହିଁ। କିନ୍ତୁ ଯଦି ଯାତ୍ରା ୫୦୦ କିଲୋମିଟରରୁ ଅଧିକ ହୁଏ ତେବେ ପ୍ରତି କିଲୋମିଟର ପାଇଁ ଅଧା ପଇସା ଅତିରିକ୍ତ ଦେବାକୁ ପଡିବ।
ଏହା ବ୍ୟତୀତ ମେଲ୍/ଏକ୍ସପ୍ରେସ୍ ଟ୍ରେନ (ନନ୍-ଏସି) ରେ ଯାତ୍ରା କରୁଥିବା ଲୋକଙ୍କୁ ଏବେ ପ୍ରତି କିଲୋମିଟର ପାଇଁ ୧ ପଇସା ଅଧିକ ଦେବାକୁ ପଡିବ। ସେହିପରି ଏସି ଶ୍ରେଣୀର ଟିକେଟରେ ସବୁଠାରୁ ବଡ଼ ପରିବର୍ତ୍ତନ କରାଯାଇଛି। ପ୍ରତି କିଲୋମିଟରରେ ୨ ପଇସା ବୃଦ୍ଧି କରାଯାଇଛି।
ରେଳବାଇ ଟିକେଟ ବୁକିଂର ନୂତନ ବ୍ୟବସ୍ଥା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଏଥିପାଇଁ ଟ୍ରାଏଲ ମଧ୍ୟ ଆରମ୍ଭ ହୋଇଛି। ଜୁନ୍ ୬ ତାରିଖରୁ ରାଜସ୍ଥାନର ବିକାନେର ଡିଭିଜନରେ ଏହି ବ୍ୟବସ୍ଥା ପାଇଲଟ୍ ପ୍ରୋଜେକ୍ଟ ଭାବରେ ଆରମ୍ଭ ହୋଇଛି।