ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଦେଖିବାକୁ ପୁରୀ ଆସିବେ ଉପରାଷ୍ଟ୍ରପତି। ଉପରାଷ୍ଟ୍ରପତିଙ୍କ ଗସ୍ତ ନେଇ ପରିବହନ ମନ୍ତ୍ରୀ ବିଭୁତି ଜେନା ସୂଚନା ଦେଇଛନ୍ତି।
ଏହା ସହ ଅନେକ ଶିଳ୍ପପତି ଏବଂ VVIP ମଧ୍ୟ ପୁରୀ ଆସି ରଥଯାତ୍ରା ଦେଖିବା ନେଇ ସୂଚନା ରହିଛି। ଏବେ ଠାରୁ କଡା ସୁରକ୍ଷା ବଳୟ ମଧ୍ୟରେ ରହିଛି ଶ୍ରୀକ୍ଷେତ୍ର ପୁରୀ। ରଥଯାତ୍ରା ଲାଗି ଭୁବନେଶ୍ୱର ଉତ୍ତରା ଛକ ଠାରୁ ପୁରୀ ପର୍ଯ୍ୟନ୍ତ ୨୭୫ଟି AI ସିସିଟିଭି କ୍ୟାମେରା ଲଗାଯାଇଛି। ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ ନିୟନ୍ତ୍ରଣ ଲାଗି ପୁରୀ ଟାଉନ ଥାନାରେ ଖୋଲାଯାଇଛି ସ୍ୱତନ୍ତ୍ର ଇଣ୍ଟିଗ୍ରେଟେଡ଼ କମାଣ୍ଡ କଂଟ୍ରୋଲ ରୁମ।