ଦୁଇ ଚକିଆ ଯାନ ଉପରେ ଟୋଲ୍ ଟ୍ୟାକ୍ସ ନେବେ କି ସରକାର; ଜାଣନ୍ତୁ କଣ କହିଲେ ନୀତିନ ଗଡ଼କରୀ

ନୂଆଦିଲ୍ଲୀ: ଦେଶରେ ଜାତୀୟ ରାଜପଥରେ ଦୁଇ ଚକିଆ ଯାନକୁ ଟୋଲ୍ ଟିକସ ଦେବା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ।

କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଯେ, ଭାରତରେ ବହୁ ସଂଖ୍ୟକ ଲୋକ ସ୍କୁଟର ଏବଂ ବାଇକରେ ଦୀର୍ଘ ଦୂରତା ଯାତ୍ରା କରିବା ପାଇଁ ଜାତୀୟ ରାଜପଥ ବ୍ୟବହାର କରିଥାନ୍ତି। ଏପର୍ଯ୍ୟନ୍ତ ଦୁଇ ଚକିଆ ଯାନକୁ ଏହି ରାଜପଥରେ ଟୋଲ୍ ଟିକସରୁ ମୁକ୍ତ କରାଯାଇଛି। କିନ୍ତୁ କିଛି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଏବେ ଦୁଇ ଚକିଆ ଯାନକୁ ମଧ୍ୟ ଟୋଲ୍ ଟାକ୍ସ ଦେବାକୁ ପଡିବ। କିନ୍ତୁ ଗଣମାଧ୍ୟମ ସଂସ୍ଥା ଦୁଇ ଚକିଆ ଯାନ ଉପରେ ଟୋଲ୍ ଟିକସ ଲାଗୁ କରିବା ବିଷୟରେ ଭ୍ରମାତ୍ମକ ଖବର ପ୍ରସାର କରୁଛନ୍ତି। ଏପରି କୌଣସି ନିଷ୍ପତ୍ତି ପ୍ରସ୍ତାବିତ ହୋଇନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସତ୍ୟ ନ ଜାଣି ଭ୍ରମାତ୍ମକ ଖବର ପ୍ରସାରଣ କରିବା ସୁସ୍ଥ ସାମ୍ବାଦିକତାର ଲକ୍ଷଣ ନୁହେଁ। ମୁଁ ଏହାକୁ ନିନ୍ଦା କରୁଛି।

Comments (0)
Add Comment