ନୂଆଦିଲ୍ଲୀ: ପ୍ରାୟ ୪ ବର୍ଷ ପୂର୍ବେ ମନୋଜ ବାଜପେୟୀଙ୍କ ସ୍ପାଏ ଥ୍ରୀଲର ୱେବ୍ ସିରିଜ୍ ଦି ଫ୍ୟାମିଲି ମ୍ୟାନ୍ ର ଦ୍ୱିତୀୟ ସିଜିନ୍ ମୁକ୍ତିଲାଭ କରିଥିଲା। ସିରିଜର ଶେଷରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଛାଡ଼ି ଯାଇଥିଲା। ଆଉ ଏବେ ଏହି ସମସ୍ତ ପ୍ରଶ୍ନର ଉତ୍ତର ନେଇ ଆସୁଛି ଦି ଫ୍ୟାମିଲି ମ୍ୟାନ୍ ସିଜିନ୍ ୩। ମଙ୍ଗଳବାର ଆନୁଷ୍ଠାନିକ ଭାବରେ ନିର୍ମାତା ଏହି ଘୋଷଣା କରିଛନ୍ତି।
କେବଳ ଏତିକି ନୁହେଁ, ଦି ଫ୍ୟାମିଲି ମ୍ୟାନ୍ ୩ ର ଫାର୍ଷ୍ଟ ଲୁକ୍ ପୋଷ୍ଟର ମଧ୍ୟ ମୁକ୍ତିଲାଭ କରିଛି। ଯାହା ପ୍ରଶଂସକଙ୍କ ଉତ୍ସାହକୁ ଆହୁରି ବୃଦ୍ଧି କରିଛି।