ରଥ ଉପରେ ଛେରାପହଁରା କଲେ ଗଜପତି ମହାରାଜ

ପୁରୀ: ପବିତ୍ର ରଥଯାତ୍ରାରେ ଶୁକ୍ରବାର ଦିନ ରଥ ଟଣା ଆରମ୍ଭ ହେବା ପୂର୍ବରୁ ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବ ତିନି ଠାକୁରଙ୍କ ଛେରା ପହଁରା ନୀତି କରିଛନ୍ତି।

ରାଜା ଧଳା ପୋଷାକ ପିନ୍ଧି ରୂପା ପାଲିଙ୍କିରେ ବସି ରଥ ନିକଟରେ ପହଞ୍ଚିଥିଲେ। ତା’ପରେ ସେଠାରେ ସେ ସୁନା ଝାଡୁ ରେ ତିନି ଠାକୁରଙ୍କ ରଥ ଆଗରେ ଛେରାପହଁରା କରିଥିଲେ।ଏହି ସମୟରେ ସେବାୟତମାନେ ମନ୍ତ୍ର ଜପ କରିବା ସହ ଫୁଲ ଏବଂ ସୁଗନ୍ଧିତ ଜଳ ଛିଞ୍ଚିଥିଲେ। ତେବେ ଗଜପତି ମହାରାଜା ପ୍ରଭୁ ଜଗନ୍ନାଥଙ୍କ ପ୍ରଥମ ସେବକ ହୋଇଥିବାରୁ ସେ ହିଁ ପ୍ରତିବର୍ଷ ଛେରା ପହଁରା ରୀତି ପୁରଣ କରିଥାନ୍ତି। ଏହା ବ୍ୟତୀତ ଦେବସ୍ନାନ ପୂର୍ଣ୍ଣିମା ଏବଂ ବାହୁଡା ଯାତ୍ରା ରେ ମଧ୍ୟ ସେ ଏହି ନୀତି କରିଥାନ୍ତି।

ଗଜପତି ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ରଥ ‘ତାଳଧ୍ୱଜ’, ତା’ପରେ ପ୍ରଭୁ ଜଗନ୍ନାଥଙ୍କ ‘ନନ୍ଦିଘୋଷ’ ଏବଂ ଶେଷରେ ଦେବୀ ସୁଭଦ୍ରାଙ୍କ ‘ଦର୍ପଦଳନ’ରେ ଛେରାପହଁରା କରିଥିଲେ।

Comments (0)
Add Comment