ଭୁବନେଶ୍ୱର ଦୂରନ୍ତ ଏକ୍ସପ୍ରେସରେ ଲୁଟ୍, ନେଇଗଲେ ମୂଲ୍ୟବାନ ସମ୍ପତ୍ତି

ପାଟନା: ନୂଆଦିଲ୍ଲୀ-ଭୁବନେଶ୍ୱର ଦୂରନ୍ତ ଏକ୍ସପ୍ରେସରେ    ଯାତ୍ରୀମାନଙ୍କ ମୂଲ୍ୟବାନ ଜିନିଷପତ୍ର ଲୁଟ ହୋଇଥିବା ସୂଚନା ମିଳିଛି। ଏହି ଘଟଣା ଶୁକ୍ରବାର ଭୋର୍ ସମୟରେ ବିହାରର ଗୟା ନିକଟରେ ଘଟିଥିବା ଜଣାପଡିଛି।

ଟ୍ରେନ୍‌ର ପାଞ୍ଚଟି କୋଚରେ ଯାତ୍ରା କରୁଥିବା ୧୨ ଜଣଙ୍କଠାରୁ ଡକାୟତଙ୍କ ଏକ ଦଳ ବ୍ୟାଗ, ମୋବାଇଲ୍ ଫୋନ୍, ଲାପଟପ୍ ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ ଜିନିଷପତ୍ର ଲୁଟି କରି ନେଇ ଯାଇଥିବା ଗୟା ସରକାରୀ ରେଳବାଇ ପୋଲିସ (ଜିଆରପି)ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଜିନିଷପତ୍ର ଲୁଟ କରିସାରିବା ପରେ ଡକାୟତି ଦଳ ରାତି ପ୍ରାୟ ୨ଟା ବେଳେ ପରୈୟା ଏବଂ କାସ୍ଥ ଷ୍ଟେସନ୍‌ ମଝିରେ ଟ୍ରେନ ର  ଜରୁରୀକାଳୀନ ଚେନ୍ ଟାଣି ସେଠାରୁ ଚାଲିଯାଇଥିଲେ।

ଗୁରୁବାର ରାତିରେ ଡିଡିୟୁ ଷ୍ଟେସନ୍‌ ଛାଡିବା ପରେ ଟ୍ରେନ୍‌ରେ ସନ୍ଦେହଜନକ ବ୍ୟକ୍ତିମାନେ ପ୍ରବେଶ କରିବା ନେଇ ଯାତ୍ରୀ ମାନେ କହିଥିଲେ। ତେବେ ରେଳ ସୁରକ୍ଷା ବାହିନୀ ପାଟ୍ରୋଲିଂର ଅନୁପସ୍ଥିତି ଯୋଗୁଁ ଏପରି ଲୁଟ ଘଟିଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି। ଏହି ଘଟଣା ସମ୍ପର୍କରେ ଖବର ପାଇ ତୁରନ୍ତ ରେଳବାଇ ପୋଲିସ ଏବଂ ସ୍ଥାନୀୟ ପରୈୟା ପୋଲିସ ତଦନ୍ତ ଆରମ୍ଭ କରିଥିଲେ। ପରେ ଟ୍ରାକ୍ ନିକଟରୁ ସେମାନଙ୍କୁ  ଅନେକ ଖାଲି ବ୍ୟାଗ ମଧ୍ୟ ମିଳିଥିଲା। ଏହି ଘଟଣାରେ କୌଣସି ଏକ ସଂଗଠିତ ଗ୍ୟାଙ୍ଗର ସମ୍ପୃକ୍ତି ଥିବା ନେଇ ପୋଲିସ ସନ୍ଦେହ କରୁଛି।

ତେବେ ଏହିପରି ଏକ ସମ୍ମାନ ଘଟଣା ଦୁଇ ମାସ ପୂର୍ବରୁ ଗୟା-କୋଡରମା ରେଳବାଇ ସେକ୍ସନର ଟାଙ୍କୁପ୍ପା ଷ୍ଟେସନ୍ ନିକଟରେ ଘଟିଥିଲା।

Comments (0)
Add Comment