ରାଂଚୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟ ଦୁନିଆରେ କ୍ୟାପଟେନ କୁଲ ଭାବେ ପରିଚିତ । ଏବେ ଧୋନୀ କ୍ୟାପଟେନ କୁଲ ଶବ୍ଦକୁ ଟ୍ରେଡମାର୍କ କରିବା ପାଇଁ ଆବେଦନ କରିଛନ୍ତି । ଯଦି ତାଙ୍କୁ ଏଥିପାଇଁ ଅନୁମତି ମିଳିବ ତେବେ ଅନ୍ୟ କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ଏହି ଶବ୍ଦକୁ ବ୍ୟବହାର କରିପାରିବେ ନାହିଁ । ଜୁନ ୫ରେ ଟ୍ରେଡମାର୍କ ରେଜିଷ୍ଟ୍ରି ପୋର୍ଟାଲରେ ସେ ଏଥିନେଇ ଆବେଦନ କରିଛନ୍ତି । ପୂର୍ବରୁ ଏ ଭଳି ଏକ ନାମର ଟ୍ରେଡମାର୍କ ରହିଥିବାରୁ ଧୋନୀଙ୍କୁ ଅସୁବିଧାରେ ପକାଇ ପାରେ ବୋଲି ଅନୁମାନ କରାଯାଉଛି । ଭାରତର ଏକମାତ୍ର ଅଧିନାୟକ ଭାବେ ଧୋନୀ ୩ଟି ଆଇସିସି ଟ୍ରଫି ଜିତଛନ୍ତି ।