ମୁମ୍ବାଇ: ନିତେଶ ତିୱାରୀଙ୍କ ବହୁ ପ୍ରତୀକ୍ଷିତ ପୌରାଣିକ ଚଳଚ୍ଚିତ୍ର ‘ରାମାୟଣ’ର ପ୍ରଥମ ଲୁକ୍ ଆଜି ଲଞ୍ଚ ହୋଇଛି। ରଣବୀର କପୁର, ସାଇ ପଲ୍ଲବୀ ଏବଂ ୟଶଙ୍କ ପରି ଷ୍ଟାରଙ୍କ ଅଭିନୀତ ଏହି ମେଗା ଫିଲ୍ମର ପ୍ରୋମୋ ଦେଶର ୯ଟି ବଡ଼ ସହରରେ ଏକକାଳୀନ ପ୍ରଦର୍ଶିତ ହୋଇଥିଲା।
ଫିଲ୍ମର ପ୍ରଥମ ଲୁକ୍ ମୁମ୍ବାଇ, ଦିଲ୍ଲୀ, ଚେନ୍ନାଇ, ଅହମ୍ମଦାବାଦ, କୋଲକାତା, ପୁନେ, କୋଚି, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ (ପ୍ରସାଦ ମଲ୍ଟିପ୍ଲେକ୍ସ) ରେ ଏକକାଳୀନ ଲଞ୍ଚ କରାଯାଇଥିଲା।
ଏହି ୩ ମିନିଟ୍ ୩ ସେକେଣ୍ଡର ଭିଡିଓ ଦର୍ଶକଙ୍କୁ କିମିଆ କରିଛି। ଏହି ଭିଡିଓରେ ପୌରାଣିକ କାହାଣୀ ‘ରାମାୟଣ’ର ଗାଥାକୁ ଆଧୁନିକ ସିନେମାଟିକ୍ ମହିମା ସହିତ ଉପସ୍ଥାପିତ କରାଯାଇଥିଲା। ଭିଡିଓର ଆରମ୍ଭରୁ ରଣବୀର କପୁରଙ୍କୁ ଧନୁ ଧରିଥିବା ଯୋଦ୍ଧା ଭାବରେ ଦେଖାଯାଉଛି। ତାଙ୍କ କାନ୍ଧରେ ଧନୁ ରହିଥିବା ବେଳେ ପଛରେ ଉଦୀୟମାନ ସୂର୍ଯ୍ୟ ଏବଂ କଳା ମେଘ ଦୃଶ୍ୟକୁ ଅତ୍ୟନ୍ତ ପ୍ରଭାବଶାଳୀ କରିଛି।
ଭିଡିଓରେ ସାଇ ପଲ୍ଲବୀ ଏବଂ ରଣବୀର କପୁରଙ୍କ ମଧ୍ୟରେ ଏକ ସୁନ୍ଦର କେମେଷ୍ଟ୍ରୀ ଦେଖାଯାଉଛି। ଯେତେବେଳେ କି ରାବଣ ଭୂମିକାରେ ୟଶଙ୍କ ଲୁକ୍ ଦର୍ଶକଙ୍କୁ ରୋମାଞ୍ଚିତ କରୁଛି। ସମ୍ପୂର୍ଣ୍ଣ ଭିଡିଓରେ ଉଚ୍ଚସ୍ତରୀୟ VFX ବ୍ୟବହାର କରାଯାଇଛି, ଯାହାର ପ୍ରତ୍ୟେକ ଫ୍ରେମରେ ଉଚ୍ଚକୋଟିର କାମ ଦେଖିବାକୁ ମିଳିଛି। ଏହି ଭିଡିଓଟି ଏକ ବଡ଼ ବଜେଟ୍ ଫିଲ୍ମର ଟ୍ରେଲରଠାରୁ କମ୍ ନୁହେଁ।
ରିପୋର୍ଟ ଅନୁସାରେ, ଏହି ଫିଲ୍ମର ମୋଟ ବଜେଟ୍ ପ୍ରାୟ ୮୩୫ କୋଟି ବୋଲି କୁହାଯାଉଛି। ଯାହା ଏହାକୁ ଏପର୍ଯ୍ୟନ୍ତ ସବୁଠାରୁ ମହଙ୍ଗା ଭାରତୀୟ ଫିଲ୍ମ କରିଛି। ତେବେ ଏହାକୁ ପ୍ରଭାସଙ୍କ ‘ଆଦିପୁରୁଷ’ ସହିତ ତୁଳନା କରାଯାଉଛି, ଯାହା ୫୦୦ “୮+ ଜକୋଟିରେ ନିର୍ମିତ ହୋଇଥିଲା କିନ୍ତୁ VFX ଏବଂ ବିଷୟବସ୍ତୁ ଯୋଗୁଁ ଏକ ଫିଲ୍ମ ଫ୍ଲପ୍ ହୋଇଥିଲା।
ତେବେ ଏହି ଫିଲ୍ମଟି ଦୁଇଟି ଭାଗରେ ମୁକ୍ତିଲାଭ କରିବ। ଯାହାର ପ୍ରଥମ ଭାଗ ୨୦୨୬ ଦୀପାବଳିରେ ଏବଂ ଦ୍ୱିତୀୟ ଭାଗ ୨୦୨୭ ଦୀପାବଳିରେ ଥିଏଟରରେ ମୁକ୍ତିଲାଭ କରିବ।