ନୂଆଦିଲ୍ଲୀ: ସଂସଦରେ କାର୍ଯ୍ୟଭାର ବଢ଼ାଇବା ପରେ ବର୍ତ୍ତମାନ୍ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସାଂସଦ, ଅଧିକାରୀ ଏବଂ ଭିଜିଟରଙ୍କ ସ୍ବାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦେବାକୁ ଯାଉଛନ୍ତି। ବର୍ତ୍ତମାନ୍ ସାଂସଦ ର କ୍ୟାଣ୍ଟିନ ରେ ଅନେକ ସ୍ୱାସ୍ଥ୍ୟ କର ଖାଦ୍ୟ ଉପଲବ୍ଧ ରହିବା ନେଇ ସୂଚନା ମିଳିଛି।
ଲୋକସଭା ବାଚସ୍ପତିଙ୍କ ନିର୍ଦ୍ଦେଶରେ ଏକ ଖାଦ୍ୟ ମେନୁ ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। କାରଣ ସାଂସଦ ଅଧିବେଶନର କାର୍ଯ୍ୟ ପ୍ରାୟତଃ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥାଏ। ବର୍ତ୍ତମାନ୍ ସଂସଦରେ ବାଜରାରେ ତିଆରି ଖାଦ୍ୟ, ଫାଇବରଯୁକ୍ତ ସାଲାଡ୍ ଏବଂ ପ୍ରୋଟିନ୍ ଯୁକ୍ତ ସୁପ୍ ଉପଲବ୍ଧ ରହିବ। ତେବେ ପ୍ରତ୍ୟେକ ଖାଦ୍ୟରେ ଉପଯୁକ୍ତ ପରିମାଣରେ ପୌଷ୍ଟିକ ତତ୍ତ୍ଵ ରହିବା ସହ କାର୍ବୋହାଇଡ୍ରେଟ୍, ସୋଡିୟମ୍ ଏବଂ କ୍ୟାଲୋରି କମ୍ ରହିବ।
ଏଥିରେ ଜାତିସଂଘ ଦ୍ୱାରା ଘୋଷିତ ଅନ୍ତର୍ଜାତୀୟ ମୋଟା ଶସ୍ୟ ବର୍ଷ ୨୦୨୩ର ଖାଦ୍ୟ ସାମଗ୍ରୀକୁ ଗୁରୁତ୍ୱ ଦିଆଯାଇଛି। ଏହି ମେନୁର ମୁଖ୍ୟ ଆକର୍ଷଣଗୁଡ଼ିକ ମଧ୍ୟରେ ରାଗି ମିଲେଟ୍ ଇଡଲି ସହିତ ସାମ୍ବର (୨୭୦ କିଲୋକାଲ୍), ଜଅ ଉପମା (୨୦୬ କିଲୋକାଲ୍) ଏବଂ ବିନଚିନି ଯୁକ୍ତ ମିଲେଟ୍ ଖିରି (୧୬୧ କିଲୋକାଲ୍) ଅନ୍ତର୍ଭୁକ୍ତ ରହିଛି।
ହାଲୁକା ଖାଦ୍ୟ ପାଇଁ ସାଂସଦମାନେ ବାର୍ଲି ଏବଂ ଜୁଆର୍ ସାଲାଡ୍ (୨୯୪ କିଲୋକାଲ୍) ଏବଂ ଗାର୍ଡେନ୍ ଫ୍ରେସ୍ ସାଲାଡ୍ (୧୧୩ କିଲୋକାଲ୍)ର ଆନନ୍ଦ ନେଇ ପାରିବେ। ଅପରପକ୍ଷରେ ନିରାମିଷଙ୍କ ପାଇଁ। ଗ୍ରୀଲ୍ଡ ଚିକେନ୍ (୧୫୭ କିଲୋକାଲ୍) ଏବଂ ଗ୍ରୀଲ୍ଡ ମାଛ (୩୭୮ କିଲୋକାଲ୍) ଭଳି ପୁଷ୍ଟିକର ଖାଦ୍ୟର ବିକଳ୍ପ ମଧ୍ୟ ଉପଲବ୍ଧ ରହିବ। ସେହିପରି ପାନୀୟରେ ଗ୍ରିନ ଟି ଏବଂ ହର୍ବାଲ୍ ଚା କିମ୍ବା ମସଲା ସତ୍ତୁ ଏବଂ ଗୁଡ଼ରେ ତିଆରି ଆମ୍ବ ପଣା ଅନ୍ତର୍ଭୁକ୍ତ ରହିବ। କେବଳ ଏତିକି ନୁହେଁ ବାଚସ୍ପତି ସାଂସଦମାନଙ୍କ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ଶିବିର ଆୟୋଜନ କରିବାକୁ ମଧ୍ୟ ଯୋଜନା କରୁଛନ୍ତି।