ଷ୍ଟଲ୍ ରେ ମିଠା ଖାଇବା ସହ ସେଲଫି ନେଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ:  ନୂତନ ଶିକ୍ଷା ନୀତିର 3 ବର୍ଷ ପୂରଣ ହୋଇଛି। ୩ ବର୍ଷ ପୂର୍ତ୍ତି ଅବସରରେ ଭାରତୀୟ ଶିକ୍ଷା ସମାଗମ ସମ୍ମିଳନୀର   କାର୍ଯ୍ୟକ୍ରମ ଚାଲିଛି। ଯାହାର  ଆଜି ଦ୍ବିତୀୟ ଦିନ। ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଖିଳ ଭାରତୀୟ ଶିକ୍ଷା ସମାଗମରେ ବିଭିନ୍ନ ଷ୍ଟଲ୍ ବୁଲି ଦେଖିଛନ୍ତି।

ପ୍ରତ୍ୟେକ ଷ୍ଟଲକୁ ଯାଇ  ପ୍ରଦର୍ଶିତ ହେଉଥିବା ସମସ୍ତ ଜିନିଷକୁ ଦେଖିବା ସହ ପ୍ରଦର୍ଶନକାରୀ ଶ୍ରୀ ପ୍ରଧାନଙ୍କ ଅଟୋଗ୍ରାଫ ନେଇଥିଲେ। ଏହି ସମୟରେ ମନ୍ତ୍ରୀଙ୍କ ସହ ଆଲୋଚନା କରି ବେସ୍‌ ଖୁସି ଅନୁଭବ କରିଥିଲେ ସେଠାରେ ଉପସ୍ଥିତ ଥିବା ଲୋକେ।  ଏକ ମିଠା ଷ୍ଟଲରେ ଶ୍ରୀ ପ୍ରଧାନ ମିଠା ଖାଇବା ସହ ସେଠାରେ ଥିବା ଲୋକେ ମନ୍ତ୍ରୀଙ୍କ ସହ ସେଲଫି ନେଇଥିଲେ। 

Comments (0)
Add Comment