ଏହି କାରଣରୁ ବାତିଲ ହେଲା ସିଙ୍ଗାପୁର-ଚେନ୍ନାଇ ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ: ସିଙ୍ଗାପୁରରୁ ଚେନ୍ନାଇକୁ ଯାଉଥିବା ଏୟାର ଇଣ୍ଡିଆ ବିମାନ ଏ ଆଇ ୩୪୯ରେ ରକ୍ଷଣାବେକ୍ଷଣ କାର୍ଯ୍ୟ ଯୋଗୁଁ ରବିବାର ଦିନ ଏହାକୁ ବାତିଲ କରାଯାଇଛି। ତେବେ ଏହି ବିମାନଟି ଏୟାରବସ୍ ଏ ୩୨୧ ଦ୍ୱାରା ପରିଚାଳିତ ହେବାର ଥିଲା।

ଯାତ୍ରୀମାନଙ୍କୁ ଯଥାଶୀଘ୍ର ଚେନ୍ନାଇରେ ପହଞ୍ଚିବା ପାଇଁ ବ୍ୟବସ୍ଥା କରାଯାଉଥିବା ବେଳେ ରହଣୀ ପାଇଁ ହୋଟେଲର ବ୍ୟବସ୍ଥା ମଧ୍ୟ କରାଯାଇଛି। ବାତିଲ ଯୋଗୁଁ ଯେଉଁ ଯାତ୍ରୀ ମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ସେମାନଙ୍କୁ ଟଙ୍କା ଫେରସ୍ତ କରିବା ନେଇ ମଧ୍ୟ ଅଧିକାରୀ ମାନେ କହିଛନ୍ତି।

ତେବେ ଏହା ପ୍ରଥମ ଥର ନୁହେଁ ଯେତେବେଳେ ଏୟାର ଇଣ୍ଡିଆର ବିମାନ ଯାନ୍ତ୍ରିକ ତ୍ରୁଟିର ଶିକାର ହୋଇଛି। ଏହା ଆଗରୁ ମଧ୍ୟ ଅନେକ ଥର ବିମାନ ଗୁଡ଼ିକ ଏହିପରି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

Comments (0)
Add Comment