Guinness World Records: ମୋଦିଙ୍କୁ ସାର୍ଟିଫିକେଟ୍ ପ୍ରଦାନ କଲେ ୩ କେନ୍ଦ୍ରମନ୍ତ୍ରୀ

ଗିନିଜ୍ ଓ୍ୱାଲର୍ଡ ରେକର୍ଡରେ ସାମିଲ ହେବା ପରେ ‘ପରୀକ୍ଷା ପେ ଚର୍ଚ୍ଚା’ର ସାର୍ଟିଫିକେଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦିଆଯାଇଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଇଲେକଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଜିତିନ ପ୍ରସାଦ ମିଳିତ ଭାବେ ପ୍ରଧାନମନ୍ତ୍ରୀଙ୍କୁ ଏହି ସମ୍ମାନ ଜନକ ସାର୍ଟିଫିକେଟକୁ ହସ୍ତାନ୍ତର କରିଛନ୍ତି ।

 

୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏଥିରେ ପ୍ରଧାନମନ୍ତ୍ରୀ ସିଧାସଳଖ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ମାନଙ୍କ ସହ ଆଲୋଚନା କରିଥାନ୍ତି । ପରୀକ୍ଷା ପ୍ରସ୍ତୁତି ବେଳେ ଚାପ ମୁକ୍ତ ରହିବା ପାଇଁ ପ୍ରଧାନମନ୍ତ୍ରୀ ମୂଲ୍ୟବାନ ପରାମର୍ଶ ଦେଇଥାନ୍ତି ।

 

 

 

ପରୀକ୍ଷା ପ୍ରାୟତଃ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାର ପାଇଁ ଚିନ୍ତାର କାରଣ ପାଲଟିଥାଏ, କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ (ପିପିସି) ପଦକ୍ଷେପ ଏହି ଧାରାକୁ ବଦଳାଇ ଦେଇଛି। ଏହି ମତ ବିନିମୟ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ସିଧାସଳଖ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକଙ୍କ ସହ କଥାବାର୍ତ୍ତା କରନ୍ତି। ପିପିସିର ପ୍ରତ୍ୟେକ ସଂସ୍କରଣରେ ପରୀକ୍ଷା ସମ୍ବନ୍ଧୀୟ ଚିନ୍ତାର ମୁକାବିଲା ପାଇଁ ଅଭିନବ ପଦ୍ଧତି ଉପରେ ଆଲୋକପାତ କରାଯାଇଥାଏ, ଯାହା ଶିକ୍ଷଣ ଏବଂ ଜୀବନ ପ୍ରତି ଏକ ଆନନ୍ଦର ମନୋଭାବକୁ ପ୍ରୋତ୍ସାହିତ କରେ।

 

୨୦୧୮ ଫେବ୍ରୁଆରୀ ୧୬ ତାରିଖରେ ନୂଆଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ପ୍ରଥମ ପରୀକ୍ଷା ପେ ଚର୍ଚ୍ଚା ଅନୁଷ୍ଠିତ ହୋଇଥିଲା। ୧୬ ଫେବୃଆରୀ, ୨୦୧୮ରେ ତାଲକଟୋରା ଷ୍ଟାଡିୟମରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ୨୫୦୦ରୁ ଅଧିକ ଛାତ୍ରଛାତ୍ରୀ ଏହି ଆଲୋଚନା ପାଇଁ ଉପସ୍ଥିତ ଥିଲେ ଏବଂ ଦେଶର ୮.୫ କୋଟିରୁ ଅଧିକ ଛାତ୍ରଛାତ୍ରୀ ଡିଡି/ ଟିଭି ଚ୍ୟାନେଲ/ ରେଡିଓ ଚ୍ୟାନେଲରେ ଏହି କାର୍ଯ୍ୟକ୍ରମ ଦେଖିଥିଲେ କିମ୍ବା ଶୁଣିଥିଲେ। ସାମଗ୍ରିକ ବିକାଶ, ସ୍ଥିରତା ଏବଂ ପରୀକ୍ଷା ସମୟରେ ସନ୍ତୁଳନ ବଜାୟ ରଖିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ୨୦୧୮ର ସଫଳତା ପରେ ପରବର୍ତ୍ତି ବର୍ଷମାନଙ୍କରେ ବି ଏହି କାର୍ଯ୍ୟକ୍ରମର ଲୋକପ୍ରିୟତା ଗ୍ରାଫ ବଢିଚାଲିଛି।

 

ବିଗତ କିଛି ବର୍ଷ ଧରି ପିପିସି କାର୍ଯ୍ୟକ୍ରମଟି ପରୀକ୍ଷା ସମ୍ବନ୍ଧୀୟ ଚାପକୁ ସକାରାତ୍ମକ ଶକ୍ତିରେ ପରିଣତ କରିବା କ୍ଷେତ୍ରରେ ଏକ ସୁଯୋଗରେ ପରିଣତ ହୋଇଛି। ବାସ୍ତବ ପ୍ରଶ୍ନଗୁଡ଼ିକର ସମାଧାନ କରି ଏବଂ କାର୍ଯ୍ୟକ୍ଷମ ସମାଧାନ ପ୍ରଦାନ କରି ପ୍ରଧାନମନ୍ତ୍ରୀ ମୋଦି ନୀତି ଏବଂ ଅଭ୍ୟାସ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିଛନ୍ତି ଏବଂ ଛାତ୍ରଛାତ୍ରୀଙ୍କୁ ଚାପରେ ଆଗକୁ ବଢ଼ିବା ପାଇଁ ସଶକ୍ତ କରିଛନ୍ତି। ଏହି କାର୍ଯ୍ୟକ୍ରମର ଅନ୍ତର୍ଭୁକ୍ତୀକରଣ, ଡିଜିଟାଲ ପହଂଚ ଏବଂ ଅଭିନବ ଆଭିମୁଖ୍ୟ ଭାରତରେ ଛାତ୍ର ସଂପୃକ୍ତିର ମୂଳଦୁଆ ଭାବରେ ଏହାର ନିରନ୍ତର ସଫଳତାକୁ ସୁନିଶ୍ଚିତ କରେ। ବର୍ଷ ପରେ ବର୍ଷ ପିପିସି ଏହି ବାର୍ତ୍ତା ଦେଇଚାଲିଛି ଯେ ପରୀକ୍ଷା ଏକ ଶେଷ ନୁହେଁ ବରଂ ଏକ ଆରମ୍ଭ ।

Comments (0)
Add Comment