ଓଡ଼ିଆ ପୁଅ ହେଲେ ସିକ୍କିମ ବିଶ୍ୱବିଦ୍ୟାଳୟର କୁଳପତି

ଭୁବନେଶ୍ବର:ଓଡ଼ିଆ ପୁଅ ତଥା ପ୍ରଖ୍ୟାତ ଶିକ୍ଷାବିଦ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଶାନ୍ତନୁ କୁମାର ସ୍ୱାଇଁଙ୍କୁ ସିକ୍କିମ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବରେ ନିଯୁକ୍ତ କରାଯାଇଛି। ଏହି ନିଯୁକ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ବିଶ୍ୱବିଦ୍ୟାଳୟର ଭିଜିଟର ଭାବରେ କରାଯାଇଛି। ପ୍ରଫେସର ଶାନ୍ତନୁ କୁମାର ସ୍ୱାଇଁ ପାଞ୍ଚ ବର୍ଷ କୁଳପତି ଭାବରେ ପଦଭାର ଗ୍ରହଣ କରିବେ।

ପୁରୀ ଜିଲ୍ଲାର ରୁଷିପଡ଼ା ଗାଁର ନିବାସୀ ପ୍ରଫେସର ସ୍ୱାଇଁ ଶିକ୍ଷା କ୍ଷେତ୍ରରେ ୪୩ ବର୍ଷର ଅନୁଭବ ଥିବା ଏକ ପ୍ରତିଷ୍ଠିତ ବିଦ୍ୱାନ ବ୍ୟକ୍ତି ଭାବରେ ଜଣାଶୁଣା।

ଏବେ ଓଡ଼ିଶାର କୋଣ ଅନୁକୋଣରୁ ତାଙ୍କୁ ଅଭିନନ୍ଦନର ସୁଅ ଛୁଟୁଛି ।

Comments (0)
Add Comment