ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ସିଭିଲ୍ ସର୍ଭିସ ଆଶାୟୀ ନୂତନ ଭାବରେ ଆରମ୍ଭ ହୋଇଥିବା ‘ମିସନ୍ ଆକାଂକ୍ଷା’ ଅଧୀନରେ ପ୍ରତିବର୍ଷ ମାଗଣା କୋଚିଂ ପାଇବେ।
ସ୍ୱାଧୀନତା ଦିବସ ଅବସରରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଏବଂ ନୂଆଦିଲ୍ଲୀର ଭିଜନ୍ ଆଇଏଏସ୍ ମଧ୍ୟରେ ଏହି ସମ୍ପର୍କରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଜିଲ୍ଲା ପ୍ରଶାସନ ଭିତ୍ତିଭୂମି ଯୋଗାଇବ। ଭିଜନ୍ ଆଇଏଏସ୍ ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ମାଧ୍ୟମରେ ମନୋନୀତ ୬୦ ଜଣ ଛାତ୍ରଛାତ୍ରୀଙ୍କୁ ମାଗଣା କୋଚିଂ ପ୍ରଦାନ କରିବ। ଯାହା କ୍ଲାସରୁମ ଏବଂ ଅନଲାଇନ୍ ଫର୍ମାଟରେ ଅନୁଷ୍ଠିତ ହେବ। ପଞ୍ଜୀକରଣ ପ୍ରକ୍ରିୟା ଅଗଷ୍ଟ ୨୨ରେ ଆରମ୍ଭ ହେବାକୁ ଥିବା ବେଳେ ଚୟନ ପରୀକ୍ଷା ସେପ୍ଟେମ୍ବର ୨୧ରେ ଅନୁଷ୍ଠିତ ହେବ। ସେହିପରି ଅକ୍ଟୋବର ପ୍ରଥମ ସପ୍ତାହରୁ ଭବାନୀପାଟଣାରେ ବିଶେଷଜ୍ଞଙ୍କ ଦ୍ୱାରା କୋଚିଂ ଆରମ୍ଭ ହେବ।
ଶିକ୍ଷାନୁଷ୍ଠାନ ପକ୍ଷରୁ ଏହା ଓଡିଶାରେ ପ୍ରଥମ ଉଦ୍ୟମ। ଏହା ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନର ଆକାଂକ୍ଷୀ ଜିଲ୍ଲାଗୁଡ଼ିକର ଆଭ୍ୟନ୍ତରୀଣ ଅଞ୍ଚଳରେ ସମାନ ପଦକ୍ଷେପ ନେଇଛି।