କାମ୍ବଲୀ ଅସୁସ୍ଥ, କଥା କହି ପାରୁ ନାହାନ୍ତି

ମୁମ୍ବାଇ: ଭାରତୀୟ କ୍ରିକେଟର ପୂର୍ବତନ ଖେଳାଳି ତଥା ସଚିନ ତେନ୍ଦୁଲକରଙ୍କ ବନ୍ଧୁ ବିନୋଦ କାମ୍ବଲୀ ପୂନର୍ବରେ ଅସୁସ୍ଥ ହୋଇ ପଡିଛନ୍ତି । ତାଙ୍କ ଭାଇ ବୀରେନ୍ଦ୍ର କାମ୍ବଲୀ କହିଛନ୍ତି ଯେ, ସେ ଏବେ ବି କଥା ଠିକରେ କହି ପାରୁ ନାହାନ୍ତି । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେବାରେ ଲାଗିଛି । ୨୧ ଡିସେମ୍ବର ୨୦୨୪ରେ ୟୁରିନ ଇନଫେକସନ ଯୋଗୁ ସେ ଡାକ୍ତରଖାନାରେ ଭର୍ତି ହୋଇଥିଲେ । ଦୀର୍ଘ ଦିନ ହେବ କାମ୍ବଲୀ ଅସୁସ୍ଥ ରହି ଆସୁଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କିପରି ଉନ୍ନତି ହେବ ସେଥିନେଇ ଆପଣମାନେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରନ୍ତୁ ।

Comments (0)
Add Comment