ଅମିତ ଶାହଙ୍କୁ ନେଇ ବିବାଦୀୟ ବୟାନ ଦେଇ ଫସିଗଲେ ମହୁଆ ମୋଇତ୍ରା, କହିଦେଲେ ଏମିତି କଥା…

ନୂଆଦିଲ୍ଲୀ: ବିବାଦୀୟ ବୟାନ ଦେଇ ପୁଣି ଚର୍ଚ୍ଚାରେ ଟିଏମସି ସାଂସଦ ମହୁଆ ମୋଇତ୍ରା। ଗୃହମନ୍ତ୍ରୀଙ୍କୁ ନେଇ ଦେଲେ ଆପତ୍ତିଜନକ ବୟାନ। ମହୁଆ ମୋଇତ୍ରା ପଶ୍ଚିମବଙ୍ଗର ନାଦିଆ ଜିଲ୍ଲାରେ ସାମ୍ବାଦିକଙ୍କ ସହ କଥାବାର୍ତ୍ତା ସମୟରେ ଏହି ବୟାନ ଦେଇଥିଲେ। ଯେତେବେଳେ ସାମ୍ବାଦିକମାନେ ତାଙ୍କୁ ପଶ୍ଚିମବଙ୍ଗରେ ଅବୈଧ ଅନୁପ୍ରବେଶ ଉପରେ ଏକ ପ୍ରଶ୍ନ ପଚାରିଲେ, ମହୁଆ ମୋଇତ୍ରା ଉତ୍ତର ଦେବା ସମୟରେ ଏହି ବିବାଦୀୟ ମନ୍ତବ୍ୟ ଦେଇଥିଲେ।

ପଶ୍ଚିମବଙ୍ଗରେ ଅବୈଧ ଅନୁପ୍ରବେଶକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମହୁଆ କହିଛନ୍ତି, ଯଦି ଭାରତ ସୀମାରେ କେହି ରକ୍ଷା କରିବାକୁ ନାହାଁନ୍ତି, ଯଦି ଅନ୍ୟ ଦେଶର ହଜାର ହଜାର ଲୋକ ପ୍ରତିଦିନ ଅନୁପ୍ରବେଶ କରୁଛନ୍ତି, ଆମ ମା’ ଓ ଭଉଣୀଙ୍କ ଉପରେ ଖରାପ ଦୃଷ୍ଟି ପକାଉଛନ୍ତି, ଆମ ଜମି ଛଡ଼ାଇ ନେଉଛନ୍ତି। ତା’ହେଲେ ପ୍ରଥମେ ଗୃହମନ୍ତ୍ରୀଙ୍କ ମୁଣ୍ଡ କାଟି ଟେବୁଲ୍ ଉପରେ ରଖିଦେବା ଉଚିତ୍। ମହୁଆଙ୍କ ଏଭଳି ବିବାଦୀୟ ବୟାନ ପରେ ଏବେ ରାଜନୀତି ଜୋର୍ ଧରିଛି । ତାଙ୍କ ନାମରେ କୋତୱାଲି ଥାନାରେ ଅଭିଯୋଗ ହୋଇଛି।

ମହୁଆ ମୋଇତ୍ରା କହିଛନ୍ତି ଯେ କହିଥିଲେ ଯେ, ଆମ ସୀମାର ସୁରକ୍ଷା ଦାୟିତ୍ଵ ଜାତୀୟ ଏଜେନ୍ସି ହାତରେ ରହିଛି। ଯାହାକି କେନ୍ଦ୍ର ଗୃହ ମନ୍ତ୍ରାଳୟ ଅଧୀନରେ ରହିଛି । ପ୍ରଧାନମନ୍ତ୍ରୀ ଅଗଷ୍ଟ ୧୫ରେ ଲାଲ କିଲ୍ଲାରୁ କହିଲେ ଯେ, ଅନୁପ୍ରବେଶ ଯୋଗୁଁ ଡେମୋଗ୍ରାଫି ବଦଳୁଛି। ପିଏମ୍‌ଙ୍କ ଏହି କଥା ଶୁଣି ଗୃହ ମନ୍ତ୍ରୀ ତାଳି ମାରୁଥିଲେ। ସେମାନେ ସବୁବେଳେ କହୁଛନ୍ତି ଅନୁପ୍ରବେଶ… ଅନୁପ୍ରବେଶ। ହେଲେ ଗୃହମନ୍ତ୍ରୀଙ୍କ ମୋର ସିଧା ପ୍ରଶ୍ନ, ଯଦି ଭାରତ ସୀମାରେ କେହି ରକ୍ଷା କରିବାକୁ ନାହାଁନ୍ତି, ଯଦି ଅନ୍ୟ ଦେଶର ହଜାର ହଜାର ଲୋକ ପ୍ରତିଦିନ ଅନୁପ୍ରବେଶ କରୁଛନ୍ତି, ଆମ ମା’ ଓ ଭଉଣୀଙ୍କ ଉପରେ ଖରାପ ଦୃଷ୍ଟି ପକାଉଛନ୍ତି, ଆମ ଜମି ଛଡ଼ାଇ ନେଉଛନ୍ତି। ତାହେଲେ ପ୍ରଥମେ ଗୃହମନ୍ତ୍ରୀଙ୍କ ମୁଣ୍ଡ କାଟି ଟେବୁଲ୍ ଉପରେ ରଖିଦେବା ଉଚିତ୍। ଯଦି ଗୃହମନ୍ତ୍ରୀ ଓ ଗୃହ ମନ୍ତ୍ରାଳୟ ଭାରତର ସୀମାକୁ ସୁରକ୍ଷା ଦେଇପାରୁନାହାଁନ୍ତି, ଆମ ମା-ଭଉଣୀଙ୍କ ଉପରେ ଅତ୍ୟାଚାର ହେଉଛି ବୋଲି ଖୋଦ୍ ପ୍ରଧାନମନ୍ତ୍ରୀ କହୁଛନ୍ତି, ତାହେଲେ ଏହା କାହାର ଭୁଲ୍?

ମହୁଆ ପୁଣି କହିଛନ୍ତି ଯେ, ଏଠାରେ ବିଏସଏଫ୍‌କୁ ନିୟୋଜିତ କରାଯାଇଛି। ଆମେ ଏବେବି ତାଙ୍କୁ ଡ଼ରିମରି ରହୁଛୁ। ବାଂଲାଦେଶ ଆମର ବନ୍ଧୁ ଦେଶ। ହେଲେ ସେମାନଙ୍କ ପାଇଁ ଗତ କିଛି ବର୍ଷ ହେବ ଦୁଇ ଦେଶ ଭିତରେ ସମ୍ପର୍କ ବଦଳିଛି। ତେବେ ମହୁଆଙ୍କ ଏଭଳି ଉତ୍ତେଜନାପୂର୍ଣ୍ଣ ଟିପ୍ପଣୀ ପରେ ନଦିଆ ଜିଲ୍ଲା ବିଜେପି କୋତୱାଲି ଥାନାରେ ଅଭିଯୋଗ କରିଛି। ମହୁଆ ଏହି ଅଭିଯୋଗ ନେଇ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି।

Comments (0)
Add Comment