ଜୁଆ ଖେଳ ଚାଲିଥିବା ବେଳେ ପୋଲିସର ଚଢଉ, ୪ ଜୁଆଡ଼ି ଗିରଫ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ମାଟିଖାଲ ଅଞ୍ଚଳରେ ଚାଲିଥିଲା ଜୁଆ ଆଡ୍ଡା। ଜମିଥିଲା ଆସର। ଖବର ପାଇ ଅତର୍କିତ ଚଢାଉ କଲେ ପୋଲିସ। ଫଳରେ ଘଟଣାସ୍ଥଳରୁ ୪ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ। ଏହାସହ ୪୪ ହଜାରରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଛି।

ସୂଚନାନୁଯାୟୀ, ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ମାଟିଖାଲ ଅଞ୍ଚଳରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୁଲିସ ଚଢାଉ କରିଛି। ଜୁଆ ଖେଳ ଚାଲିଥିବା ବେଳେ ୪ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୪୪ହଜାର ୮୪୦ ଟଙ୍କା ସହ ୨ଟି ବାଇକ୍, ୫ଟି ମୋବାଇଲ୍ ଓ ତାସ୍ ପ୍ୟାକେଟ୍ ଜବତ ହୋଇଛି।

ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଚଢାଉରେ ଚମାଖଣ୍ଡି ଥାନା ଆଇଆଇସି ଶ୍ରଦ୍ଧାଞ୍ଜଳି ସୁବୁଦ୍ଧିଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ଅଭିଜିତ ସାମଲଙ୍କ ସମେତ ବହୁ କର୍ମଚାରୀ ସାମିଲ ଥିଲେ।

Comments (0)
Add Comment