ମୁମ୍ବାଇ: ସଲମାନ ଖାଁ ଅଭିନୀତ ଦବଙ୍ଗ ଫିଲ୍ମ ୧୫ ବର୍ଷ ପୂରଣ କରିବାକୁ ଯାଉଛି । ଫିଲ୍ମମେକର ଅଭିନବ କଶ୍ୟପ ଦବଙ୍ଗ ଫିଲ୍ମ ଏବଂ ସଲମାନଙ୍କୁ ନେଇ ମୁହଁ ଖୋଲିଛନ୍ତି । ଅଭିନବଙ୍କ ଏହି ଫିଲ୍ମ ସଲମାନଙ୍କ କ୍ୟାରିୟରକୁ ନୂତନ ଦିଗ ପ୍ରଦାନ କରିଥିଲେ । ଦବଙ୍ଗର ଦ୍ୱିତୀୟ ସଂସ୍କରଣରେ ଅଭିନବଙ୍କୁ ଯୋଜନା ମୁତାବକ ହଟେଇ ଦିଆ ଯାଇଥିଲା । ଅଭିନବ କହିଛନ୍ତି ସଲମାନଙ୍କୁ କେବେ ବି ଅଭିନୟ ପ୍ରତି ଆଗ୍ରହ ନାହିଁ ।
ସେ ଗୁଣ୍ଡାମୀ କରିବାକୁ ଭଲ ପାଆନ୍ତି । ଫିଲ୍ମରେ କାମ କରିବା ବେଳେ ସେ ଅନ୍ୟକୁ ଦୟା କରିବା ଭଳି ଅଭିନୟ କରନ୍ତି । ସେ ଜଣେ ଗୁଣ୍ଡା । ସଲମାନଙ୍କ ପାଇଁ ଅନୁରାଗ କଶ୍ୟପ ୨୦୦୩ରେ ତେରେ ନାମ ଫିଲ୍ମ ଲେଖିଥିଲେ ।