ମୁମ୍ବାଇ: ଲୋକପ୍ରିୟ ନିର୍ଦ୍ଦେଶକ ପ୍ରିୟଦର୍ଶନ ଏବେ ତାଙ୍କର ଆଗାମୀ ଫିଲ୍ମ ହୈୱାନର ଶୁଟିଂ ନେଇ ବ୍ୟସ୍ତ ଅଛନ୍ତି । ଏଥିରେ ଅକ୍ଷୟ କୁମାର ଓ ସୈଫ ଅଲୀ ଖାଁ ମୂଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ରିପୋର୍ଟ ମୁତାବକ ଏହି ଫିଲ୍ମରେ ସାଉଥ ସୁପରଷ୍ଟାର ମୋହନଲାଲ ଅଭିନୟ କରିବେ । ଅବଶ୍ୟ ଏହା ଏକ କ୍ୟାମିଓ ରୋଲ ହେବ । ତେବେ ଏହି ଖବର ପ୍ରସାରିତ ହେବା ପରେ ଦର୍ଶକମାନଙ୍କ ଫିଲ୍ମକୁ ନେଇ ଉତ୍କଣ୍ଠା ଆହୁରି ବୃଦ୍ଧି ପାଇଛି । ମୋହନଲାଲ କେଉଁ ଭୂମିକା କରିବେ ତାହା ଏବେ ସ୍ପଷ୍ଟ ହୋଇନି ।