୨୪ ବର୍ଷରେ ମୋଦି ଗୋଟିଏ ବି ଛୁଟି ନେଇନାହାଁନ୍ତି: ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭାରତର ବୈଦେଶିକ ନୀତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଭାରତର ବୈଦେଶିକ ନୀତିକୁ ଏକ ମେରୁଦଣ୍ଡ ଯୋଗାଇଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସେ କହିଛନ୍ତି ଯେ, “ଯେତେବେଳେ ଇତିହାସକାରମାନେ ବିଭିନ୍ନ ପ୍ରଧାନମନ୍ତ୍ରୀଙ୍କ ତୁଳନା କରିବେ, ମୁଁ ନିଶ୍ଚିତ ଯେ ସେମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକାଳ ମଧ୍ୟରେ ସର୍ବାଧିକ ସଫଳତା ହାସଲ ହୋଇଥିବା ନେଇ ପାଇବେ।”

ସେ ଆହୁରି ମଧ୍ୟ କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦୀ ସବୁଠାରୁ ଦୀର୍ଘ ସମୟ ଧରି ଶାସନ କରୁଥିବା ନେତା। ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ କଥା ଆସିଲେ… ମୁଁ କେବଳ ଜଣେ ବ୍ୟକ୍ତିଙ୍କୁ ଦେଖିଛି ଯିଏ ଗତ ୨୪ ବର୍ଷ ମଧ୍ୟରେ ଗୋଟିଏ ବି ଛୁଟି ନେଇ ନାହାଁନ୍ତି।” ତେବେ ମୋଦି ସ୍ଥାନୀୟ ସ୍ତରରୁ ଉଠି ଭାରତୀୟ ଜନତା ପାର୍ଟିର ଜାତୀୟ ନେତା ହୋଇଥିଲେ। ତା’ପରେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଏବଂ ପରେ ପ୍ରଧାନମନ୍ତ୍ରୀ ହୋଇଥିଲେ।

ସେହିପରି ଶାହ ଜିଏସଟିକୁ ନେଇ କହିଛନ୍ତି ଯେ ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗରିବ, ଯୁବକ, ଚାଷୀ ଏବଂ ମହିଳାଙ୍କ ସେବା କରିବାର ଦୃଢ଼ ପ୍ରତିଜ୍ଞାର ପ୍ରମାଣ। ଏହି ନୂତନ ସଂସ୍କାରଗୁଡ଼ିକ ବିଶ୍ୱର ସବୁଠାରୁ ସମୃଦ୍ଧ ଦେଶ ହେବା ଦିଗରେ ଭାରତର ବିକାଶକୁ ତ୍ୱରାନ୍ୱିତ କରିବ।

Comments (0)
Add Comment