ଭୁବନେଶ୍ୱର: ଆରବ ସାଗରର ଗଭୀର ସମୁଦ୍ର ମଝିରେ ସୃଷ୍ଟି ହୋଇଛି ବାତ୍ୟା। ଚଳିତ ବାତ୍ୟା ଋତୁରେ ପ୍ରଥମ ବାତ୍ୟା ସମ୍ଭାବନା। ୨୪ ଘଣ୍ଟାରେ ଘନୀଭୂତ ହୋଇ ଗୋଟିଏ ଭୀଷଣ ବାତ୍ୟା ରୂପ ନେଇପାରେ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି। ତେବେ ପାଣିପାଗ ବିଭାଗ ଅନୁସାରେ ଦ୍ରୁତ ଗତିରେ ଭାରତୀୟ ଉପକୂଳକୁ ମାଡି ଆସୁଛି ବାତ୍ୟା। ଓଡ଼ିଶା ଉପରେ ବାତ୍ୟାର କୌଣସି ପ୍ରଭାବ ରହିବ ନାହିଁ।
ଯେହେତୁ ବାତ୍ୟାଟି ସୁମଦ୍ର ମଝିରେ ସୃଷ୍ଟି ହୋଇଛି ଏବଂ ତଳମୁହାଁ ଆଡକୁ ଗତି କରୁଛି ତେଣୁ ବିପଦ ସଙ୍କେତ ନାହିଁ । ଗୁଜୁରାଟ ରେ ଏହାର ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି । ଘଣ୍ଟାପ୍ରତି ପବନର ବେଗ ୧୨୦ ରୁ ୧୪୦ କିମି ରହିଛି । ଖୁବଶୀଘ୍ର ଆରବ ସାଗରରେ ନୂଆ ବାତ୍ୟା ରୂପ ନେବାର ସୂଚନା ମିଳିଛି। ଗଲ୍ଫ୍ ଅଫ୍ କଚ୍ଛ ନିକଟରେ ସୃଷ୍ଟ ସ୍ପଷ୍ଟ ନିମ୍ନ ଚାପ ଶୁକ୍ରବାର ଉତ୍ତର-ପୂର୍ବ ଆରବ ସାଗରରେ ପ୍ରବେଶ କରି ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଆଗାମୀ ୧୨ ଘଣ୍ଟାରେ ଏହା ବାତ୍ୟା ରୂପ ନେବାର ଆଶଙ୍କା ରହିଛି, ଯାହା ଚଳିତ ବାତ୍ୟା ଋତୁର (୨୦୨୫) ପ୍ରଥମ ବାତ୍ୟା ହେବ।
ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଆଗାମୀ ୨୪ ଘଣ୍ଟାରେ ଏହି ନିମ୍ନ ଚାପ ଘନୀଭୂତ ହୋଇ ଏକ ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ପାକିସ୍ତାନର ସିନ୍ଧ ଉପକୂଳୀୟ ଅଞ୍ଚଳରେ ପ୍ରବଳ ବର୍ଷା ଓ ଉଚ୍ଛଳ ସମୁଦ୍ର ଲହରୀର ଆଶଙ୍କା ରହିଛି। ଓମାନ ଓ ଗୁଜରାଟ ପ୍ରଶାସନମାନେ ସମ୍ଭାବ୍ୟ ପ୍ରଭାବ ପାଇଁ ସତର୍କ ରହିଛନ୍ତି। ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ରରେ ଯାତ୍ରା ଏଡ଼ବାକୁ ପରାମର୍ଶ ଦିଆଯାଇଛି।