NHର ନିର୍ମାଣାଧୀନ ଫ୍ଲାଏ ଓଭର ପ୍ରୋଟେକ୍ସନ ସ୍ଲାବ୍ ପଡ଼ି ନାବାଳିକା ମୃତ; NH ଅବରୋଧ

ଭଦ୍ରକ: ଧାମନଗର ଥାନା ଏନ୍ଏଚ୍‌ ୧୬ ବିଷ୍ଣୁପୁର ଛକରେ ଅଭାବନୀୟ ଘଟଣା । NHର ନିର୍ମାଣାଧୀନ ଫ୍ଲାଏ ଓଭର ପ୍ରୋଟେକ୍ସନ ସ୍ଲାବ୍ ପଡ଼ି ନାବାଳିକା ମୃତ । ଉତ୍ତ୍ୟକ୍ତ ଲୋକେ ସେଠାରେ କାର୍ଯ୍ୟରେ ନିୟୋଜିତ ଏକ ଜେସିବି ମେଶିନ ଜାଳିଦେବା ସହ ରାଜପଥ ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ଧାମନଗର ପୋଲିସ ମୁତୟନ ରହିଛି ।

ସୂଚନାମୁତାବକ ବହୁଦରଡ଼ା ପଞ୍ଚାୟତ ବେନ୍ତାଳିଆ ଗ୍ରାମର ଭଜଗୋବିନ୍ଦ ମଳିକଙ୍କ ୭ ବର୍ଷର ଝିଅ ରବିବାର ଅପରାହ୍ନରେ ସେହି ରାସ୍ତା ପାର୍ଶରେ ଚାଲି ଚାଲି ଆସୁଥିଲେ। ରାଜପଥ ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ସେହି ସମୟରେ ଏକ ପ୍ରୋଟେକ୍ସନ ସ୍ଲାବ୍‌ ତାଙ୍କ ଉପରେ ଖସି ପଡ଼ିଥିଲା। ଫଳରେ ସ୍ଲାବ୍‌ରେ ଚାପି ହୋଇ ନାବାଳିକାର ମୃତ୍ୟୁ ହୋଇଛି । ସ୍ଥାନୀୟ ଲୋକେ NH ଅବରୋଧ କରିଛନ୍ତି ଫଳରେ ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଛି।

Comments (0)
Add Comment