ମାତିଛନ୍ତି ସାଇବର ଠକ : ଖାଲି କରି ଦେଉଛନ୍ତି ଆକାଉଣ୍ଟ

ଭୁବନେଶ୍ବର : ମାତିଛନ୍ତି ସାଇବର୍‌ ଠକ। ଲକ୍‌ଡାଉନ୍‌ରେ ବେରୋଜଗାର ସଂଖ୍ୟା ବଢ଼ି ଚାଲିଥିବା ବେଳେ ସାଇବର ଠକଙ୍କ କଚେପୁଅ ବାର। କାହାକୁ ବି ଛାଡ଼ୁ ନାହାନ୍ତି। ବ୍ୟାଙ୍କ ମ୍ୟାନେଜର୍‌, ଡାକ୍ତର, ଆଇଏଏସ୍ ଅଫିସର, ପୁଲିସ, ଇଞ୍ଜିନିୟର, ଛାତ୍ର; ସମସ୍ତଙ୍କୁ ଚୂନ ମାରି ଆକାଉଣ୍ଟ ଖାଲି କରି ଦେଉଛନ୍ତି। ଗୋଟିଏ ଜାଗାରେ ବସି ଗୋଟିଏ ଫୋନ୍ କଲ୍, ଗୋଟିଏ କ୍ଲିକ୍‌ରେ ଲକ୍ଷାଧିକ ଟଙ୍କା ଲୁଟି ନେଉଛନ୍ତି। ଲୁଟ୍‌ର ଶିକାର ବ୍ୟକ୍ତି କେବଳ ଥାନାରେ ଅଭିଯୋଗ କରି ଚୁପ୍ ହୋଇ ବସିବା ଛଡ଼ା ଆଉ କିଛି ବାଟ ନାହିଁ। କରୋନା ମୁକାବିଲାରେ ବ୍ୟସ୍ତ ଥିବା ପୁଲିସ ହାତ ଟେକି ଦେଉଛି। ସାଇବର୍‌ ଥାନା ଏକପ୍ରକାର କୋମାକୁ ଚାଲି ଯାଇଛି। କମିସନରେଟ୍‌ ଥାନା କଥା ନ କହିଲେ ଭଲ। କେବଳ ଲକ୍‌ଡାଉନ୍‌ରେ ରାଜଧାନୀ ସମେତ ରାଜ୍ୟରେ ୨ଶହରୁ ଅଧିକ ସାଇବର୍‌ ଠକେଇ ଘଟଣା ଘଟିଥିବା ଜଣାପଡ଼ିଛି। କିନ୍ତୁ ଜଣେ ବି ଠକ ପୁଲିସ୍‌ ହାତରେ ଧରାପଡ଼ି ନାହିଁ। ଅନ୍‌ଲାଇନ୍‌ ମଦ ବିକ୍ରି ହେଉ କି କୋରିଅର୍‌ ଡେଲିଭରି, ଓଏଲ୍ଏକ୍ସରେ କିଣାବିକା କିମ୍ବା ଫୋନ୍ ପେ’, ଗୁଗୁଲ୍ ପେ’ ଭେରିଫାଏ ବେଳେ; ଆକାଉଣ୍ଟରୁ ଟଙ୍କା ଗାଏବ ଭଳି ଅନେକ ଘଟଣା ଏଇ ନିକଟ ଅତୀତରେ ସାମ୍ନାକୁ ଆସିଛି।

Comments (0)
Add Comment