ନୂଆଦିଲ୍ଲୀ: ପାକିସ୍ତାନ ଆକ୍ରମଣରେ ଆଫଗାନିସ୍ତାନର ୩ଜଣ କ୍ରିକେଟର ମୃତ୍ୟୁବରଣ କରିଛନ୍ତି । ଏଥିନେଇ ପାକିସ୍ତାନ ସହ ଆଫଗାନିସ୍ତାନ କ୍ରିକେଟ ସମ୍ପର୍କ ଚ୍ଛିନ୍ନ କରିଛି । ରିପୋର୍ଟ ମୁତାବକ ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ ସିରିଜ ଆରମ୍ଭ ହେବ । ଏହା ପରୋକ୍ଷରେ ପାକିସ୍ତାନକୁ ଶକ୍ତ ଧକ୍କା ହେବ ବୋଲି ଅନୁମାନ କରାଯାଉଛି ।
ଆଫଗାନିସ୍ତାନର ୧୯ ବର୍ଷରୁ କ୍ରିକେଟ ଟିମ କମ ଆସନ୍ତା ମାସରେ ଭାରତ ଗସ୍ତରେ ଆସିବେ । ଆଫଗାନିସ୍ତାନ ବୋର୍ଡ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି ।