ମୁମ୍ବାଇ: ବଲିଉଡର ଦୁଇ ଲୋକପ୍ରିୟ କଳାକାର ସଲମାନ ଖାଁ ଓ ଗୋବିନ୍ଦା ପୂନର୍ବାର ଏକତ୍ର ଆଉ ଏକ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ଏହି ଦୁଇଜଣ ପୂର୍ବରୁ ପାର୍ଟନର ଫିଲ୍ମରେ ଅଭିନୟ କରିଥିଲେ । ଯାହା ଏକ ବଡ ହିଟ ହୋଇଥିଲା । କୌଣସି କାରଣ ନେଇ ଉଭୟ ଏହା ପରେ ଆଉ ଏକତ୍ର କୌଣସି ଫିଲ୍ମରେ ଅଭିନୟ କରି ନାହାନ୍ତି ।
ନିକଟରେ ବିଗ ବସରେ ସଲମାନ ମଧ୍ୟ ଗୋବିନ୍ଦାଙ୍କ ସହ ଫିଲ୍ମ ଆସୁଛି ବୋଲି କହିଥିଲେ । ବଲିଉଡ ହଙ୍ଗାମାରେ ପ୍ରକାଶିତ ରିପୋର୍ଟ ଅନୁସାରେ ଉଭୟଙ୍କୁ ନେଇ ଏକ ଫିଲ୍ମର ପ୍ଲାନିଂ ହୋଇଛି ।