ଲଣ୍ଡନ: ଟିମ ଇଣ୍ଡିଆ ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବ । ଏହା ଅକ୍ଟୋବର ୨୯ରୁ ଆରମ୍ଭ ହେବ । ଏହା ପୂର୍ବରୁ ଆଇସିସିର ପୂର୍ବ ମ୍ୟାଚ ରେଫରୀ କ୍ରିସ ବ୍ରଡ ଟିମ ଇଣ୍ଡିଆ ଓ ସୌରଭ ଗାଙ୍ଗୁଲି ବିରୋଧରେ ବଡ ଅଭିଯୋଗ ଆଣିଛନ୍ତି । ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ମ୍ୟାଚ ରେଫରୀ ଦାୟିତ୍ୱ ତୁଲାଉଥିବା ବେଳେ ମୋ ନିକଟକୁ ଫୋନ ଆସିଥିଲା । ଧୀମା ବୋଲିଂ ହାର ନେଇ ଟିମ ଇଣ୍ଡିଆ ବିପକ୍ଷରେ ହାଲକା ମନୋଭାବ ପୋଷଣ କରିବାକୁ କୁହାଯାଇଥିଲା । ଏପରିକି ଜରିମାନା ଦଣ୍ଡ ନ ଦେବାକୁ ମଧ୍ୟ କୁହାଯାଇଥିଲା । ଅବଶ୍ୟ ବ୍ରଡ କହି ନାହାନ୍ତି ତାଙ୍କୁ ଏହି ଫୋନ କିଏ କରିଥିଲେ । ଫଳରେ ତାଙ୍କ ଅଭିଯୋଗକୁ ନେଇ ସଂଶୟ ରହିଛି ।