ପଞ୍ଚୁକ ପରେ ହେବ ରତ୍ନଭଣ୍ଡାରର ଗଣତିମଣତି

ଭୁବନେଶ୍ୱର: ପଞ୍ଚୁକ ପରେ ହେବ ରତ୍ନଭଣ୍ଡାରର ଗଣତିମଣତି। ଏନେଇ ପ୍ରକ୍ରିୟା ଜାରି ରହିଥିବା କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ପଞ୍ଚୁକରେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ଉପରେ ଦିଆଯାଇଛି ଗୁରୁତ୍ୱ । ସିଂହଦ୍ୱାର ଦେଇ ପ୍ରବେଶ, ୩ ଦ୍ୱାର ଦେଇ ପ୍ରସ୍ଥାନ ବ୍ୟାବସ୍ତା ହୋଇଛି ।

ସୂଚନା ଅନୁଯାୟୀ, ଦିନକ ପରେ ଅର୍ଥାତ୍ ରବିବାର ଠାରୁ ପଞ୍ଚୁକ ବ୍ରତ ଆରମ୍ଭ ହେବ। ନଭେମ୍ବର ୨ ତାରିଖରୁ ପଞ୍ଚୁକବ୍ରତ ପାଳନ କରିବେ ବ୍ରତଧାରୀ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି।

କାର୍ତ୍ତିକର ସ୍ବତନ୍ତ୍ର ବାଳଭୋଗ ଧୂପ ନୀତି ନିର୍ଘଣ୍ଟ ଅନୁଯାୟୀ ରାତି ୪ଟାରୁ ଦ୍ୱାରଫିଟା ସହ ସଅଳ ନୀତି ହେବ। ପଞ୍ଚୁକରେ ଭିଡକୁ ନଜରରେ ରଖି ଭିତର କାଠଦର୍ଶନ ବଦଳରେ ଶ୍ରଦ୍ଧାଳୁ କେବଳ ବାହାର କାଠ ଦର୍ଶନ କରିପାରିବେ। ଅପରପକ୍ଷରେ ପଞ୍ଚୁକରେ ଭିଡକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମାର୍କେଟ ଛକ ଠାରୁ ମରଚିକୋଟ, ମରିଚିକୋଟ ଠାରୁ ଶ୍ରୀନଅର, ଶ୍ରନଅର ଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ତିନି ପର୍ଯ୍ୟାୟରେ ବ୍ୟାରିକେଡ଼ ଦର୍ଶନ ବ୍ୟବସ୍ଥା ହୋଇଛି।

Comments (0)
Add Comment