ଇତିହାସ ରଚିଲା ଇସ୍ରୋ, ଉତକ୍ଷେପଣ ହେଲା ସବୁଠାରୁ ଓଜନଦାର ଉପଗ୍ରହ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ରବିବାର ସନ୍ଧ୍ୟା ୫.୨୬ ସମୟରେ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଦେଶର ସବୁଠାରୁ ଭାରୀ ସ୍ୱଦେଶୀ ସଞ୍ଚାର ଉପଗ୍ରହ ସିଏମ୍ଏସ-୦୩(GSAT-7R)କୁ ସଫଳତାର ସହିତ ଉତକ୍ଷେପଣ କରିଛି।

ତେବେ ଏହାର ଓଜନ ପ୍ରାୟ ୪୪୧୦ କିଲୋଗ୍ରାମ ହୋଇଥିବା ଜଣାପଡ଼ିଛି। ଦେଶର ସବୁଠାରୁ ଶକ୍ତିଶାଳୀ ରକେଟ୍, ଲଞ୍ଚ ଯାନ ମାର୍କ ୩-ଏମ୫ (LVM3-M5) ବ୍ୟବହାର କରି ତିଆରି ହୋଇଥିବା ଏହି ଉପଗ୍ରହ ଭାରତରୁ ଉତକ୍ଷେପଣ କରାଯାଇଥିବା ପ୍ରଥମ ଉପଗ୍ରହ ଅଟେ। ଏହାକୁ ଜିଓସିଙ୍କ୍ରୋନାସ୍ ଟ୍ରାନ୍ସଫର ଅର୍ବିଟ୍ (GTO)ରେ ରଖାଯାଇଛି ଯେଉଁଠାରୁ ଏହାକୁ ଜିଓଷ୍ଟେସାରୀ କକ୍ଷପଥକୁ ପଠାଯିବ।

ଚନ୍ଦ୍ର ମିଶନ ସମୟରେ ଏହା ନିଜର କ୍ଷମତା ପ୍ରମାଣିତ କରିଥିବାରୁ ଇସ୍ରୋ ଏହାକୁ  ଶକ୍ତିଶାଳୀ ରକେଟ୍ ଭାବରେ ବିବେଚନା  କରିଛି। ବର୍ତ୍ତମାନ୍ ସୁଦ୍ଧା ଏହି ରକେଟ୍ ମହାକାଶକୁ ପାଞ୍ଚଟି ମିଶନ ସଫଳତାର ସହିତ ନେଇଛି।

GSAT-7R ଭାରତ ମହାସାଗର ଅଞ୍ଚଳରେ ଦୃଢ଼ ଦୂରସଞ୍ଚାର କଭରେଜ୍ ପ୍ରଦାନ କରିବ ବୋଲି ଇସ୍ରୋ ସୂଚନା ଦେଇଛି।ଏହାର ପେଲୋଡରେ ଟ୍ରାନ୍ସପଣ୍ଡର ଅନ୍ତର୍ଭୁକ୍ତ ରହିଛି ଯାହାକି ଏକାଧିକ ଯୋଗାଯୋଗ ବ୍ୟାଣ୍ଡରେ ଭଏସ୍, ଡାଟା ଏବଂ ଭିଡିଓ ଲିଙ୍କକୁ ସମର୍ଥନ କରିବାରେ ସକ୍ଷମ ଅଟେ। ଏହି ଉପଗ୍ରହ ଏହାର ଉଚ୍ଚ-କ୍ଷମତା ବ୍ୟାଣ୍ଡୱିଡଥ୍ ସହିତ ନୌସେନା ସଂଯୋଗକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ। ଏଥିସହିତ ଯୁଦ୍ଧଜାହାଜ, ବିମାନ, ବୁଡ଼ାଜାହାଜ ଏବଂ ଭାରତୀୟ ନୌସେନାର ସାମୁଦ୍ରିକ କାର୍ଯ୍ୟ କେନ୍ଦ୍ର ମଧ୍ୟରେ ସୁଗମ ଏବଂ ସୁରକ୍ଷିତ ଯୋଗାଯୋଗକୁ ମଧ୍ୟ ସକ୍ଷମ କରିପାରିବ।

ଏହା ଦୂରବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଡିଜିଟାଲ୍ ପ୍ରବେଶକୁ ଉନ୍ନତ କରିପାରିବ। ବେସାମରିକ ଏଜେନ୍ସିଗୁଡ଼ିକୁ ସାହାଯ୍ୟ କରିବା ସହ ରଣନୈତିକ ପ୍ରୟୋଗଗୁଡ଼ିକୁ ମଧ୍ୟ ଏହି ଉପଗ୍ରହ ଉନ୍ନତ କରିବ।  ୨୦୧୩ ରେ ଲଞ୍ଚ ହୋଇଥିବା GSAT-7 (ରୁକ୍ମିଣୀ) କୁ ବଦଳାଇ ସମସ୍ତ କ୍ଷମତା ଗୁଡ଼ିକୁ ଆହୁରି ଉନ୍ନତ ମାନର କରିବା ଏହାର ମୂଳ ଲକ୍ଷ୍ୟ ବୋଲି କୁହାଯାଉଛି।

Comments (0)
Add Comment