ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ। ଆଉ ଏଥିଲାଗି ଜମୁଛି ପ୍ରଚାର। ଶେଷ ଦିନରେ ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ସିଂ ଯାଦବ ନୂଆପଡ଼ା ଜିଲ୍ଲା ଗସ୍ତରେ ଆସୁଛନ୍ତି। ସ୍ଥାନୀୟ ପୋଲିସ ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ରବିବାରରେ ନୂଆପଡ଼ା ପହଞ୍ଚିବେ। ପୋଲିସ ପଡ଼ିଆସ୍ଥିତ ନିର୍ବାଚନୀ ସଭାରେ ଯୋଗଦେଇ ସମାଜବାଦୀ ପାର୍ଟି ପ୍ରାର୍ଥୀ ରାମାକାନ୍ତ ହାତୀଙ୍କ ପାଇଁ ଭୋଟ୍ ଭିକ୍ଷା କରିବେ। ଏଥିରେ ସମାଜବାଦୀ ପାର୍ଟି ରାଜ୍ୟ ପ୍ରଭାରୀ ସୁନିଲ ସିଂ ଯାଦବ, ରାଜ୍ୟ ସଭାପତି ଶିବ ହାତୀ ଉପସ୍ଥିତ ରହିବେ। ନୂଆପଡ଼ାକୁ ଆମର ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ଆସିନୁ, ଦେଶରେ ବିଜେପିର ବିଜୟ ରଥକୁ ଅଟକାଇବାକୁ ଆସିଛୁ ବୋଲି ବିଏସପି ପ୍ରଭାରୀ ଯାଦବ କହିଛନ୍ତି ।