ନୂଆଦିଲ୍ଲୀ: ପାକିସ୍ତାନର ବେତାଜ୍ ବାଦଶାହ ହେବେ ମୁନିର…ସବୁ ପ୍ରସ୍ତୁତି କରିସାରିଲାଣି ପାକିସ୍ତାନ…ସିଧା ସମ୍ବିଧାନରେ କଲା ସଂଶୋଧନ…ଶେଷ ହେବ କି ବାସାମରିକ ଶାସନ?
ଭାରତର ଅପରେସନ ସିନ୍ଦୂରରୁ ଶିକ୍ଷା ନେଇ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ ସରକାର ଏକ ନୂତନ ସାମ୍ବିଧାନିକ ସଂଶୋଧନ ଆଗତ କରିବାକୁ ପ୍ରସ୍ତୁତ ହେଉଛି, ଯେଉଁଥିରେ ସେ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ପ୍ରତିରକ୍ଷା ବାହିନୀର ମୁଖ୍ୟ (CDF) କରିବାକୁ ଯୋଜନା କରୁଛି। ପାକିସ୍ତାନ ସରକାର ସଂସଦରେ ଏହି ସଂଶୋଧନ ବିଲ୍ ଆଗତ କରିଛି। ପାକିସ୍ତାନ ସରକାର ଦାବି କରୁଛନ୍ତି ଯେ ଦେଶର ପ୍ରତିରକ୍ଷା ଆବଶ୍ୟକତା ପୂରଣ କରିବା ଏବଂ ସାମରିକ କମାଣ୍ଡ ଗଠନକୁ ଆଧୁନିକୀକରଣ କରିବା ପାଇଁ ଏହି ପରିବର୍ତ୍ତନ କରାଯାଉଛି। ଯଦିଓ ପାକିସ୍ତାନରେ ସରକାର ଏବଂ ସେନା ମଧ୍ୟରେ ବହୁ ବର୍ଷ ଧରି କୌଣସି ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟ ନାହିଁ, ଏହି ମାମଲା ଏବେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛି।
କ’ଣ ୨୭ତମ ସଂଶୋଧନ?
ସମ୍ବିଧାନର ୨୭ ତମ ସଂଶୋଧନ ଯାହା କେବଳ ପାକିସ୍ତାନର ରାଜନୀତି ନୁହେଁ ବରଂ ଏହାର ଇତିହାସକୁ ମଧ୍ୟ ପରିବର୍ତ୍ତନ କରିବାକୁ ଯାଉଛି । ସାମରିକ ନିୟନ୍ତ୍ରଣ ସହିତ ଜଡିତ ଧାରା ୨୪୩ ସଂଶୋଧନ କରାଯାଉଛି। ଏହି ଧାରା ଅନୁଯାୟୀ, ରାଷ୍ଟ୍ରପତି ବର୍ତ୍ତମାନ ସାମରିକ ବାହିନୀର ସର୍ବୋଚ୍ଚ କମାଣ୍ଡ ଧାରଣ କରନ୍ତି, କିନ୍ତୁ ସରକାର ଏହାକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି। ପାକିସ୍ତାନର ନୂତନ ସଂଶୋଧନ ଦ୍ୱାରା ପ୍ରତିରକ୍ଷା ବାହିନୀ ମୁଖ୍ୟଙ୍କ ଏକ ନୂତନ ପଦବୀ ସୃଷ୍ଟି ହୋଇଛି, ଯିଏ ତିନୋଟି ସେନା; ସ୍ଥଳସେନା, ନୌସେନା ଏବଂ ବାୟୁସେନାର କମାଣ୍ଡ ଧରିବେ । ପାକିସ୍ତାନରେ ଯୁଗ୍ମ ମୁଖ୍ୟ କର୍ମଚାରୀ କମିଟି (CJCSC) ଅଧ୍ୟକ୍ଷଙ୍କ ପଦବୀ ଉଚ୍ଛେଦ କରାଯିବ। ଏହି ପଦବୀ ବର୍ତ୍ତମାନ ପାକିସ୍ତାନରେ ଜେନେରାଲ ସାହିର ଶମଶାଦ ମିର୍ଜାଙ୍କ ପାଖରେ ଅଛି, ଯାହାଙ୍କ କାର୍ଯ୍ୟକାଳ ନଭେମ୍ବର ୨୭ ତାରିଖରେ ଶେଷ ହେଉଛି। ଆଇନ ମନ୍ତ୍ରୀ ଆଜମ ନାଜିର ତରାର ସଂସଦକୁ ସୂଚନା ଦେଇଛନ୍ତି ଯେ ଏହି ପଦବୀ ପାଇଁ କୌଣସି ନୂତନ ନିଯୁକ୍ତି ଆବଶ୍ୟକ ହେବ ନାହିଁ, କାରଣ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ବ୍ୟକ୍ତିଗତ ଭାବରେ ଦାୟିତ୍ୱ ଗ୍ରହଣ କରିବେ। ସରଳ ଭାଷାରେ କହିବାକୁ ଗଲେ, ଜେନେରାଲ ମୁନିର ଏବେ ପାକିସ୍ତାନର ସର୍ବେସର୍ବା ହେବେ । ସେ ପାକିସ୍ତାନର, ସେନା ମୁଖ୍ୟ (COAS), ପ୍ରତିରକ୍ଷା ବାହିନୀ ମୁଖ୍ୟ (CDF), ତିନ ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର ରହିବେ । ଯାହା ପାକିସ୍ତାନର ପରମାଣୁ ନିୟନ୍ତ୍ରଣ ଉପରେ ସେନା ମୁଖ୍ୟଙ୍କ ସିଧାସଳଖ ପ୍ରଭାବ ବୃଦ୍ଧି କରିବ।
ସର୍ବୋଚ୍ଚ ରହିବେନି ସୁପ୍ରିମକୋର୍ଟ
ପାକିସ୍ତାନ ସରକାରଙ୍କ କାର୍ଯ୍ୟରେ ସୁପ୍ରିମକୋର୍ଟର ଅତ୍ୟଧିକ ହସ୍ତକ୍ଷେପକୁ ରୋକିବା ପାଇଁ ସରକାର ଏକ ସାମ୍ବିଧାନିକ ଅଦାଲତ ପ୍ରତିଷ୍ଠା କରିବାକୁ ଯୋଜନା କରୁଛନ୍ତି। ସଂଶୋଧନ ଅନୁଯାୟୀ, ପାଞ୍ଚ-ତାରକା ପଦରେ ପହଞ୍ଚିଥିବା ଅଧିକାରୀମାନେ ବିଶେଷ ମାନ୍ୟତା ପାଇବେ। ଜୀବନବ୍ୟାପୀ ୟୁନିଫର୍ମ ପିନ୍ଧିବା, ସେମାନଙ୍କ ପଦବୀ ସହିତ ଜଡିତ ସମସ୍ତ ସୁବିଧା ବଜାୟ ରଖିବା, ଅବସର ପରେ, ସେମାନଙ୍କୁ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ନୂତନ ଦାୟିତ୍ୱ ପ୍ରଦାନ କରାଯିବ ଭଳି କ୍ଷମତା ମିଳିବ । ଏମିତିକି ଆଇନ ମନ୍ତ୍ରୀ ଆଜମ ନଜିମ୍ ତାରଡ୍ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ କେବଳ ସଂସଦର ଓ ପ୍ରଧାନମନ୍ତ୍ରୀଙ୍କର ନୁହେଁ, ଏହି ଉଚ୍ଚ ସାମରିକ ପଦବୀଗୁଡ଼ିକର ପ୍ରତ୍ୟାହାର କରିବାର କ୍ଷମତା ରହିବ। ଯେଉଁଥିରେ ସୁପ୍ରିମକୋର୍ଟର ବିଚାରପତିମାନଙ୍କୁ ସେମାନଙ୍କ ସମ୍ମତି ବିନା ସ୍ଥାନାନ୍ତର କରିବାର କ୍ଷମତା ରହିବ। ସରକାର ଦାବି କରନ୍ତି ଯେ ଏହା କୋର୍ଟଗୁଡ଼ିକ ଉପରେ ବୋଝ ହ୍ରାସ କରିବ, କିନ୍ତୁ ବିରୋଧୀ ଏହାକୁ ନ୍ୟାୟପାଳିକାର ସ୍ୱାଧୀନତା ଉପରେ ଆକ୍ରମଣ ବୋଲି ବିବେଚନା କରନ୍ତି। ସଂଶୋଧନରେ ବିଶେଷକରି ଆର୍ଥିକ ସଙ୍କଟ ସମୟରେ ସଂଘୀୟ ରାଜସ୍ୱର ପ୍ରାଦେଶିକ ଅଂଶ ହ୍ରାସ କରିବାର ପ୍ରସ୍ତାବ ମଧ୍ୟ ଦିଆଯାଇଛି। ଏହା ସହିତ, ଶିକ୍ଷା ଏବଂ ଜନସଂଖ୍ୟା ଯୋଜନା ଭଳି ବିଷୟଗୁଡ଼ିକୁ କେନ୍ଦ୍ରୀୟ ଅଧିକାରକ୍ଷେତ୍ର ଅଧୀନକୁ ଫେରାଇ ଅଣାଯାଇପାରିବ। ଯାହା ଦ୍ବାରା ପାକିସ୍ତାନର ମୁନିର ସରକାର ଖୋଲାଖୋଲି ଭାବେ ଅରାଜକତା ଖେଳାଇପାରିବେ ।