ରେକର୍ଡ ବିଜୟ ପଥରେ ଜୟ ଢୋଲକିଆ, ୨୧ ରାଉଣ୍ଡରେ ଲକ୍ଷେ ଟପିଲେ…

ନୂଆପଡା: ନୂଆପଡାରେ ବିଜେପିର ବମ୍ପର ବିଜୟ । ନୂଆପଡାରେ ସବୁ ରେକର୍ଡ ଭାଙ୍ଗିଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ୨୧ ରାଉଣ୍ଡ ସୁଦ୍ଧା ଲକ୍ଷେ ଟପିଲେ ଜୟ । ଦୁଇ ପ୍ରତିଦ୍ୱନ୍ଦ୍ୱୀ ଘାସିରାମ ଓ ସ୍ନେହାଙ୍ଗିନୀଙ୍କ ମୋଟ ଭୋଟ୍‌ଠୁ ବି ଜୟଙ୍କୁ ବହୁ ଅଧିକ ଭୋଟ୍‌ ମିଳିଛି । ଜୟ ଏବେ ୬୯ ହଜାର ୨୨୫ ଭୋଟରେ ଆଗୁଆ ରହିଛନ୍ତି ଜୟ । ୨୧ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ଲକ୍ଷେ ୩୦୮୩ ଭୋଟ ମିଳିଛି । ସେହିପରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି, ୩୩,୮୫୮ ଭୋଟ ପାଇଛନ୍ତି । ତୃତୀୟ ସ୍ଥାନକୁ ଖସିଥିବା ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳିଛି ୩୨,୦୫୨ ଭୋଟ୍ ।

ଏହାରି ଭତରେ ରେକର୍ଡ ସଂଖ୍ୟକ ଭୋଟରେ ବିଜୟ ନେଇ ଜୟଙ୍କ ପ୍ରତିକ୍ରିୟା ଆସିଛି । ଜୟ ବିଜୟର ସବୁ ଶ୍ରେୟ ତାଙ୍କ ସ୍ବର୍ଗତ ପିତାଙ୍କୁ ଦେଇଛନ୍ତି । ତାଙ୍କ ଆଶୀର୍ବାଦରେ ସେ ଅଧିକ ଭୋଟରେ ଜିତିବେ ବୋଲି କହିଛନ୍ତି । ଏଥିସହିତ ସନ୍ଧ୍ୟାବେଳେ ସେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ମଧ୍ୟ ଭେଟିବେ ବୋଲି କହିଛନ୍ତି ।

ତେବେ ନୂଆପଡାର ବିଜେପିର ବିଜୟ ସ୍ପଷ୍ଟ ହେଉଥିବା ବେଳେ ଉତ୍ସବମୁଖର ହେଲେଣି ବିଜେପି ନେତା । ଚାରିଆଡେ ଚାଲିଛି ପ୍ରସ୍ତୁତି । ଜୟ ମଧ୍ୟ ନିଜ ଘର ଲୋକଙ୍କ ସହ ଖୁସିର ମୁହୂର୍ତ୍ତା ବାଣ୍ଟିଛନ୍ତି ।

ଅନ୍ୟପଟେ ବିପୁଳ ମାତ୍ରାରେ ଭୋଟ ପାଇବା ନେଇ ମତ ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ନୂଆପଡ଼ାରେ ଲୋକେ ପରିବର୍ତ୍ତନ ଚାହୁଁଥିବା କହିଲେ ମନମୋହନ ସାମଲ । ‘ଯାହାର ପ୍ରତିଫଳନ ଗଣତିରୁ ସ୍ପଷ୍ଟ ହେବାରେ ଲାଗିଛି । ନୂଆପଡ଼ା ଏକ ସମସ୍ୟା ବହୁଳ ନିର୍ବାଚନ ମଣ୍ଡଳୀ । ଶିଳ୍ପ, କଳକାରଖାନା ନାହିଁ, ଜଳସେଚନର ବ୍ୟବସ୍ଥା ହୋଇନି । ଏସବୁ ସମସ୍ୟା ଦୂର କରିବା ପାଇଁ ଲୋକେ ପରିବର୍ତ୍ତନ ଚାହିଁଛନ୍ତି । କଂଗ୍ରେସର ଆରୋପ ନେଇ ମଧ୍ୟ ପ୍ରତିକ୍ରିୟା ଦେଇ ମନମୋହନ କହିଛନ୍ତି, ଆମେ ବହୁବାର ହାରିଛୁ, ମାତ୍ର ଏପରି ଅଭିଯୋଗ କରିନାହୁଁ । ଅନ୍ୟକୁ ଦୋଷ ନଦେଇ ଆତ୍ମସମୀକ୍ଷା କରନ୍ତୁ ବିରୋଧୀ। ଆମେ ଯେତେବେଳେ ହାରୁଥିଲୁ ଆମେ ସମୀକ୍ଷା କରୁଥିଲୁ କେଉଁ କାରଣରୁ ଆମେ ହାରିଲୁ, ଆମର କମି କଣ ରହିଲା?ଆମେ ସମୀକ୍ଷା କରୁଥିଲୁ। ଆମେ ମିଡିଆ ଆଗରେ ଏମିତି ଆସି କହିନୁ ଯେ, ଜନାଦେଶ ନୁହେଁ ଯନ୍ତ୍ରାଦେଶ।’

Comments (0)
Add Comment