ଭେଣ୍ଟିଲେଟରରେ ଗାୟକ ହ୍ୟୁମାନ୍‌ ସାଗର, ଏମ୍ସର ସ୍ଵାସ୍ଥ୍ୟ ଅପଡେଟ ଜାରି

ଭୁବନେଶ୍ବର: ଭୁବନେଶ୍ୱରର ଏମ୍ସ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି ଲୋକପ୍ରିୟ ଓଡ଼ିଆ ଗାୟକ ହ୍ୟୁମାନ୍ ସାଗର। ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ହସ୍ପିଟାଲ ପକ୍ଷରୁ ଅପଡେଟ ଜାରି କରାଯାଇଛି। ଯାହାକୁ ନେଇ ଚିନ୍ତାରେ ପରିବାର ଓ ଫ୍ୟାନ୍ସ।

ପ୍ରାଥମିକ ଚେକଅପ ପରେ ତାଙ୍କ ଶରୀରରେ MODS (ମଲ୍ଟି ଅର୍ଗାନ୍ ଡିସଫଙ୍କସନ୍ ସିଣ୍ଡ୍ରୋମ୍) ଥିବା ଜଣାପଡ଼ିଥିଲା। ଯଦି ତାଙ୍କ ଅବସ୍ଥା ଅଧିକ ଖରାପ ହୁଏ ତେବେ ତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇପାରେ ଡାକ୍ତରମାନେ କହିଛନ୍ତି।

ତାଙ୍କ ମାଆ ପୁଅର ଉତ୍ତମ ଚିକିତ୍ସା ସୁବିଧା ପାଇଁ ଆର୍ଥିକ ସହାୟତା ନିମନ୍ତେ ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ସରକାରଙ୍କୁ ନିବେଦନ କରିଛନ୍ତି।

Comments (0)
Add Comment