ଗୁଗଲ୍ କ୍ରୋମ୍ ବ୍ୟବହାର କରୁଥିଲେ ସାବଧାନ ! ମୋବାଇ ହୋଇଯାଉଛି ହ୍ୟାକ୍

ନୂଆଦିଲ୍ଲୀ: ଗୁଗଲ୍ କ୍ରୋମ୍ ବିଶ୍ୱରେ ସବୁଠୁ ଅଧିକ ବ୍ୟବହୃତ ଓ୍ୱେବ୍ ବ୍ରାଉଜର୍। ଯଦି ଆପଣ ମଧ୍ୟ ଏହା ବ୍ୟବହାର କରୁଛନ୍ତି ତେବେ ସତର୍କ ହେବାର ଆବଶ୍ୟକତା ରହିଛି। ଗୁଗଲ୍ ଏଥିର ଏକ ନୂଆ ଜିରୋ-ଡେ ଫ୍ଲ଼ୋର ଚିହ୍ନଟ କରିଛି। ଏହି ସୁରକ୍ଷା ତ୍ରୁଟିକୁ CVE-2025-13223 ନାମ ଦିଆଯାଇଛି ଏବଂ ଏହା ପୁରୁଣା କ୍ରୋମ୍ ଭର୍ସନ୍‌କୁ ପ୍ରଭାବିତ କରୁଛି। ସାଇବର ଆଟାକର୍ସ୍ ଏହି ତ୍ରୁଟିର ଫାଇଦା ଉଠାଇବାକୁ ଚେଷ୍ଟା କରିଛନ୍ତି। ଏହାକୁ ଦେଖି ଗୁଗଲ୍ ସିକ୍ୟୁରିଟି ପ୍ୟାଚ୍ ଜାରି କରିଦେଇଛି ଏବଂ ୟୁଜର୍ସମାନଙ୍କୁ କ୍ରୋମ୍‌କୁ ଯଥାଶୀଘ୍ର ଅପ୍‌ଡେଟ୍ କରିବାକୁ କହିଛି।

କ୍ରୋମ୍‌ର V8 ଜାଭାସ୍କ୍ରିପ୍ଟ ଇଞ୍ଜିନ୍‌ରେ ଏହି ବଗ୍ ମିଳିଛି, ଯାହା ଫଳରେ ବ୍ରାଉଜର୍ ଏକ୍ସିକ୍ୟୁସନ୍ ସମୟରେ କିଛି ପ୍ରକାରର ଡାଟାକୁ ଭୁଲ୍ ଭାବରେ ପଢ଼ୁଛି। ଏହା ଦ୍ୱାରା ମେମୋରି କରପ୍ଟ ହୋଇପାରେ, ଯାହାର ଫାଇଦା ଉଠାଇ ଆଟାକର୍ସ୍ ଟାର୍ଗେଟେଡ୍ ଡିଭାଇସ୍‌ରେ ମାଲିସିୟସ୍ କୋଡ୍ ଚଳାଇପାରିବେ। ଗୁଗଲ୍ କହିଛି ଯେ ଏହି ତ୍ରୁଟି ବିଷୟରେ ତାକୁ ଜାଣିବା ପୂର୍ବରୁ ହିଁ ଆଟାକର୍ସ୍ ଏହାର ଫାଇଦା ଉଠାଇବାକୁ ଚେଷ୍ଟା କରିଥିଲେ। ଗୁଗଲ୍‌ର ଥ୍ରେଟ୍ ଆନାଲିସିସ୍ ଗ୍ରୁପ୍ ୧୨ ନଭେମ୍ବରରେ ଏହି ବଗ୍‌ର ସନ୍ଧାନ ପାଇଥିଲା। ଏହା ଚଳିତ ବର୍ଷର ସପ୍ତମ ଜିରୋ-ଡେ ଫ୍ଲ଼ୋ। ଅର୍ଥାତ୍ ୨୦୨୫ରେ ସାତ ଥର ଏଭଳି ଘଟିଛି, ଯେତେବେଳେ ଗୁଗଲ୍‌ଠାରୁ ଆଗରୁ ହିଁ ହ୍ୟାକର୍ସମାନଙ୍କୁ କୌଣସି ବଗ୍ ବିଷୟରେ ଜଣା ପଡ଼ିଯାଇଛି।

ଗୁଗଲ୍ ଅପ୍‌ଡେଟ୍ ରୋଲ୍ ଆଉଟ୍ କରିଦେଇଛି ଗୁଗଲ୍ କ୍ରମାଗତ ଭାବରେ କ୍ରୋମ୍‌ର ସିକ୍ୟୁରିଟିକୁ ମଜବୁତ୍ କରିବା ପାଇଁ କାମ କରୁଛି ଏବଂ ଏହି ବଗ୍ ପାଇଁ ମଧ୍ୟ ସିକ୍ୟୁରିଟି ପ୍ୟାଚ୍ ଜାରି କରିଦେଇଛି। ଏହାକୁ ୟୁଜର୍ସମାନଙ୍କ ପାଇଁ ରୋଲ୍ ଆଉଟ୍ କରାଯାଉଛି। ଯଦି ଆପଣଙ୍କ କ୍ରୋମ୍‌ରେ କୌଣସି ଅପ୍‌ଡେଟ୍ ପେଣ୍ଡିଂ ଦେଖାଉଛି ତେବେ ତୁରନ୍ତ ଇନ୍‌ଷ୍ଟଲ୍ କରି ନିଅନ୍ତୁ। ଏଭଳି ସୁରକ୍ଷା ତ୍ରୁଟି ଏବଂ ବଢ଼ୁଥିବା ସାଇବର ଆଟାକ୍‌ଠାରୁ ବଞ୍ଚିବା ପାଇଁ ନିୟମିତ ଭାବରେ କ୍ରୋମ୍ ତଥା ଅନ୍ୟ ଆପ୍‌ଗୁଡ଼ିକୁ ଅପ୍‌ଡେଟ୍ କରିବାର ପରାମର୍ଶ ଦିଆଯାଏ।

Comments (0)
Add Comment