ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା: ଶ୍ରେଷ୍ଠ ପୁରସ୍କାର ପାଇଁ ମନୋନୀତ ହେଲା ଓଡ଼ିଶା ପାଭିଲିୟନ୍

ଭୁବନେଶ୍ବର: ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ପରିସରରେ ଆୟୋଜିତ ହୋଇଯାଇଛି ୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୫।

ଶ୍ରେଷ୍ଠତ୍ଵ ପାଇଁ ଯୋଗ୍ୟ ବିବେଚିତ ହୋଇଛି ଓଡ଼ିଶା ପାଭିଲିୟନ୍। ଲଗାତାର ଚତୁର୍ଥ ଥର ପାଇଁ ଏହି ପୁରସ୍କାର ଗ୍ରହଣ କରିବ ଓଡ଼ିଶା ପାଭିଲିୟନ୍।

ସୂଚନା ଅନୁଯାୟୀ, ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୫ର ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ବିଷୟବସ୍ତୁ ଆଧାରରେ ଓଡ଼ିଶା ମଣ୍ଡପ ପ୍ରସ୍ତୁତ କରାଯାଇଛି। ବିଭିନ୍ନ କୃଷି ଉତ୍ପାଦ ସମେତ ଉତ୍କୃଷ୍ଟ ହସ୍ତତନ୍ତ, ହସ୍ତଶିଳ୍ପ କଳା ଏବଂ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ବହୁ ସାମଗ୍ରୀ ମଧ୍ୟ ଏଥିରେ ପ୍ରଦର୍ଶିତ ହୋଇଛି। ଏଥିସହିତ ନିଜ ସମୃଦ୍ଧ ସଂସ୍କୃତି ଓ ପରମ୍ପରାକୁ ଅନ୍ୟ ରାଜ୍ୟ ଏବଂ ବିଶ୍ଵ ସମ୍ମୁଖରେ ଉପସ୍ଥାପିତ କରିବାକୁ ପ୍ରୟାସ କରାଯାଇଛି।

Comments (0)
Add Comment