ସାଇ-ଟେଡ୍‌ ୨୦୨୫ରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସଭ୍ୟତାର ବିକାଶ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାରତକୁ ବିଶ୍ୱଶକ୍ତି ହେବାକୁ ହେଲେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ଆମ ଛାତ୍ରଛାତ୍ରୀଙ୍କୁ ଦକ୍ଷତା ହାସଲ କରିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବର ସ୍ଥିତ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ବିଜ୍ଞାନ ଓ ପ୍ରଯୁକ୍ତି ମହୋତ୍ସବ ସାଇ-ଟେଡ୍‌ ୨୦୨୫ରେ ଯୋଗ ଦେଇ କହିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ପକ୍ଷରୁ ସାଇ-ଟେଡ୍ ୨୦୨୫ କାର୍ଯ୍ୟକ୍ରମରେ କେବଳ ପ୍ରାଇଭେଟ ସ୍କୁଲ ନୁହେଁ ବରଂ କଟକ-ଭୁବନେଶ୍ୱରର ସରକାରୀ ସ୍କୁଲର ପିଲାମାନେ ମଧ୍ୟ ଭାଗ ନେଇଛନ୍ତି। ଯାହା ବିଜ୍ଞାନରେ ସେମାନଙ୍କ ସୃଜନଶୀଳ ପ୍ରତିଭାର ବିକାଶରେ ସହାୟକ ହେବ।

ବିଜ୍ଞାନ ଓ ଗବେଷଣାକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧ ଲକ୍ଷ କୋଟି ଟଙ୍କାର ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଗଠନ କରିଛନ୍ତି। ଏହା ଆମର ଗବେଷଣା କ୍ଷେତ୍ରକୁ ସମୃଦ୍ଧ କରିବ ଏବଂ ଆମ ଦେଶର ଛାତ୍ରଛାତ୍ରୀମାନେ ଗବେଷଣା କ୍ଷେତ୍ରକୁ ଅଧିକ ଆକୃଷ୍ଟ ହେବେ। ବିଜ୍ଞାନ ଓ ପ୍ରଯୁକ୍ତିରେ ନୂଆ ଉପଲବ୍‌ଧି ହାସଲ କରିପାରିବେ। ସେହିପରି ଆଧୁନିକ ଟେକ୍ନୋଲୋଜି ବିକାଶ କ୍ଷେତ୍ରରେ ମଧ୍ୟ ଭାରତୀୟ ବୈଜ୍ଞାନିକ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏସବୁ ଆମେ ଏବଂ ଆମର ପିଲାମାନେ ଜାଣିବା ଅତି ଆବଶ୍ୟକ। ଆମ ଭାରତୀୟମାନଙ୍କ ପାଖରେ ସମଗ୍ର ବିଶ୍ୱରେ ସର୍ବୋତ୍ତମ ବୁଦ୍ଧିମତା, ଆମର ପ୍ରତିଭା ଅଛି। ଆପଣମାନେ ଏହି ବୁଦ୍ଧିମତାକୁ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାରେ ବିନିଯୋଗ କରନ୍ତୁ। ବର୍ତ୍ତମାନ ଆପଣଙ୍କ ପାଖରେ ପଢିବା ପାଇଁ ଅନେକ ସମ୍ବଳ ଉପଲବ୍ଧ ଅଛି। ଭଲ ଶିକ୍ଷକ ଉପଲବ୍ଧ ଅଛନ୍ତି, ଇଣ୍ଟରନେଟରେ, ଜ୍ଞାନର ଅନେକ ଖୋଲା ଉତ୍ସ ଅଛି। ତେଣୁ ତୁମେ ଚାହିଁଲେ ବହୁତ କିଛି କରିପାରିବା ବୋଲି ସେ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ସାଇ ଇଣ୍ଟରନ୍ୟାସନାଲ୍ ଏଜୁକେସନ୍ ଗ୍ରୁପର ଅଧ୍ୟକ୍ଷା ଡକ୍ଟର ଶିଲ୍‌ପୀ ସାହୁ, ପ୍ରଖ୍ୟାତ ମହାକାଶଚାରୀ ଗ୍ରୁପ୍‌ କ୍ୟାପ୍‌ଟେନ ଶୁଭାଂଶୁ ଶୁକ୍ଲା ପ୍ରମୁଖ ଉପସ୍ଥିତ ଥିଲେ।

 

Comments (0)
Add Comment