ରାଜଭବନରେ କଳିଙ୍ଗ ଅତିଥି ନିବାସକୁ ଉଦଘାଟନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଦିନ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଅବସରରେ ଭୁବନେଶ୍ୱରର ରାଜଭବନ ପରିସରରେ ସେ କଳିଙ୍ଗ ଅତିଥି ନିବାସକୁ ଉଦଘାଟନ କରିଛନ୍ତି।

ଏନେଇ ଅଧିକାରୀମାନେ କହିଛନ୍ତି ଯେ ନୂଆ ଭାବରେ ନିର୍ମିତ ଏହି ସୁବିଧା ଭିଭିଆଇପି ଏବଂ ବିଶିଷ୍ଟ ବ୍ୟକ୍ତିମାନଙ୍କ ପାଇଁ ରହିବା ପାଇଁ ଡିଜାଇନ୍ କରାଯାଇଛି। ଏପରିକି ଏହାର ଡିଜାଇନ୍ ମାଧ୍ୟମରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରାଯାଇଛି।

ଏହି ଅବସରରେ ରାଜ୍ୟପାଳ ହରି ବାବୁ କାମ୍ବମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଆଲ ଓରାମ, ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ଏବଂ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ, ଆଜିଠୁ ଆରମ୍ଭ ହୋଇଛି ବିଧାନସଭା ଶୀତକାଳୀନ ଅଧିବେଶନ। ସେଥିପାଇଁ ଆଜି ଅପରାହ୍ନରେ ବିଧାନସଭାରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ରାଜଭବନରୁ ବାହାରି ବିଧାନସଭାରେ ପହଞ୍ଚିଲେ। ଏହି ଅବସରରେ ତାଙ୍କୁ ସ୍ବାଗତ କରିଥିଲେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିପରିଷଦ ସଦସ୍ୟ ମାନେ।

Comments (0)
Add Comment