ଭୁବନେଶ୍ଵର: ଓଡ଼ିଶା ଇତିହାସରେ ଯୋଡ଼ି ହେଲା ସ୍ଵର୍ଣ୍ଣିମ ଅଧ୍ୟାୟ। ଐତିହାସିକ ମୂହୂର୍ତ୍ତର ମୂକସାକ୍ଷୀ ପାଲଟିଲା ବିଧାନସୌଧ। ପ୍ରଥମ ଥର ପାଇଁ ବିଧାନସଭାକୁ ସମ୍ବୋଧନ କଲେ ମହାମହିମ। ବିଧାନସଭାରେ ରାଷ୍ଟ୍ରପତିଙ୍କୁ ସ୍ବାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ। ସଂଘର୍ଷମୟ ଜୀବନ ଓ ସଫଳତା ନେଇ ବଧେଇ ଜଣାଇଲେ। ନିଜ ସରକାରଙ୍କ କାର୍ଯ୍ୟଧାରାକୁ ନେଇ ଅବଗତ କରାଇଲେ ମୁଖ୍ୟମନ୍ତ୍ରୀ। ଆପଣଙ୍କ ପରାମର୍ଶ ୨୦୩୬ ସମୃଦ୍ଧ ଓଡ଼ିଶା ଗଠନରେ ସହାୟକ ହେବ ବୋଲି କହିଲେ ମଖ୍ୟମନ୍ତ୍ରୀ।
ଅନ୍ୟପଟେ ଗୃହକୁ ସମ୍ବୋଧିତ କରୁଥିବା ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଆପଣଙ୍କ ଗହଣରେ ଉପସ୍ଥିତ ରହି ବହୁତ ଆନନ୍ଦିତ। ପୂର୍ବରୁ ଅନେକ ରାଜ୍ୟର ବିଧାନସଭାକୁ ସମ୍ବୋଧିତ କରିଛି, କିନ୍ତୁ ଓଡ଼ିଶା ବିଧାନସଭାକୁ ସମ୍ବୋଧିତ କରିବା ନିଶ୍ଚିତ ନିଆରା। ଆଜି ମୁଁ ଯେଉଁଠି ଅଛି ତାହାର ଶ୍ରେୟ ଏହି ଗୃହର। ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନଥିଲେ ଏଠି ପହଞ୍ଚି ପାରି ନଥାନ୍ତି।