ଭୁବନେଶ୍ୱର: ଓଡିଶା ବିଧାନସଭାରେ ଫୁର୍ ହେଲା ଓଡିଆ ଅସ୍ମିତା। ଶୁଭିଲା ବଙ୍ଗାଳୀ ଭାଷା। ବଙ୍ଗାଳୀରେ ଯୁକ୍ତି କଲେ ବିଧାୟକ। ରଣେନ୍ଦ୍ରଙ୍କୁ କଡା ଜବାବ ଦେଲେ ସିଦ୍ଧାନ୍ତ। ଆଜି ବିଧାନସଭାରେ ରୋଚକ ଦୃଶ୍ୟ। ବଙ୍ଗଳା ଭାଷାରେ ମୁହାଁମୁହିଁ ହେଲେ ବିଧାୟକ। ବଙ୍ଗାଳୀ ଭାଷାରେ ଢଗ ଶୁଣାଇ ସରକାରଙ୍କୁ ପ୍ରଶ୍ନ କଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ପୁଣି ବଙ୍ଗଳା ଭାଷାରେ କଡା ଜବାବ ରଖିଲେ ଶାସକ ଦଳର ବିଧାୟକ ସିଦ୍ଧାନ୍ତ ମହାପାତ୍ର। ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନ ହୋଇଥିବା ବେଳେ ସ୍କୁଲ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା ବିଭାଗର ପ୍ରଶ୍ନକାଳ ସମୟରେ ମୁହାଁ ମୁହିଁ ହୋଇଥିଲେ ରଣେନ୍ଦ୍ର ଏବଂ ସିଦ୍ଧାନ୍ତ। ଡ୍ରପ୍ ଆଉଟ ହାରକୁ ନେଇ ପ୍ରଶ୍ନ କରିଥିଲେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।
ମନ୍ତ୍ରୀ କହିଥିଲେ, ହିସାବ କିତାବ ଠିକ ଆଛେ, ଛେଲେ ଘୁରଛେ କ୍ୟାନୋ ଅର୍ଥାତ୍ ଯଦି ହିସାବ ଠିକ୍ ଅଛି, ତେବେ ପିଲା କାହିଁକି ବୁଡ଼ୁଛନ୍ତି? ତମ ପାଖରେ ସବୁ ରିପୋର୍ଟ ଅଛି । ୨୦୨୪-୨୫ରେ କେତେ ପିଲା ନାମ ଲେଖାଇଥିଲେ? ବର୍ତ୍ତମାନ ୨୫-୨୬ରେ କେତେ ଲେଖେଇଲେ? କଟକ ଜିଲ୍ଲାରେ କେବଳ ୨୮୧୦ ସ୍କୁଲ୍ ଅଛି । ଚଳିତ ବର୍ଷ ୩୨ ହଜାର ଛାତ୍ରଛାତ୍ରୀ କମିଛନ୍ତି । ମନ୍ତ୍ରୀଙ୍କ କହିବାନୁସାୟୀ, ଛାତ୍ରଛାତ୍ରୀଙ୍କୁ ସ୍କୁଲ୍ ଆଣିବାକୁ ସରକାର ବିଭିନ୍ନ ଯୋଜନା କରିଛନ୍ତି । ଯଦି ସବୁ ଠିକ୍ ଅଛି ତାହାହେଲେ, ଅସୁବିଧାଟା କେଉଁଠି? କାହିଁକି ପ୍ରତିବର୍ଷ ନାମଲେଖା କମୁଛି?, ଶିକ୍ଷକମାନଙ୍କ ଗୁଣାତ୍ମକ ଶିକ୍ଷା ପାଇଁ ସରକାର କ’ଣ କରିଛନ୍ତି ବୋଲି ପ୍ରଶ୍ନ କରିଥିଲେ ରଣେନ୍ଦ୍ର ।