ଆରମ୍ଭ ହେଲା ମହିଳା ହିରୋ ହକି ଇଣ୍ଡିଆ ଲିଗର ୨ୟ ସିଜିନ୍, ଏଠାରେ ଦେଖନ୍ତୁ ଲାଇଭ

ରାଞ୍ଚି: ମହିଳା ହିରୋ ହକି ଇଣ୍ଡିଆ ଲିଗର ଦ୍ୱିତୀୟ ସିଜିନ୍ ଆରମ୍ଭ ହୋଇଯାଇଛି । ମହିଳା ହକିକୁ ପୁଣି ଥରେ ନୂତନ ଶିଖରରେ ପହଞ୍ଚାଇବାକୁ ପ୍ରସ୍ତୁତ ହୋଇଯାଇଛି ହକି ଇଣ୍ଡିଆ । ଏହି ଟୁର୍ଣ୍ଣାମେଣ୍ଟ ରାଞ୍ଚିରେ ୨୮ ଡିସେମ୍ବର, ୨୦୨୫ ରୁ ୧୦ ଜାନୁଆରୀ, ୨୦୨୬ ପର୍ଯ୍ୟନ୍ତ ଖେଳାଯିବ। ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିର ଜୟପାଲ ସିଂହ ହକି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ମହିଳା ହକି ଇଣ୍ଡିଆ ଲିଗ୍ (HIL)ର ଦ୍ୱିତୀୟ ସିଜିନ୍ ଏକ ଆରମ୍ଭ ହୋଇଛି। ଉଦଘାଟନୀ ମ୍ୟାଚ୍‌ରେ, ଏସ୍‌ଜି ପାଇପର୍ସ ଏକ ଚମତ୍କାର ପ୍ରଦର୍ଶନ କରି ଆୟୋଜକ ଦଳ ରାଞ୍ଚି ରୟାଲ୍ସକୁ ୨-୦ ଗୋଲରେ ପରାସ୍ତ କରି ବିଜୟ ସହିତ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିଛନ୍ତି ।

 

Sony Ten 1, Sony Ten 3 Hindi, Doordarshan Sports, Waves, YouTube ରେ ହିରୋ ହକି ଇଣ୍ଡିଆ ଲିଗ୍ ଲାଇଭ୍ ଦେଖିପାରିବେ ଦର୍ଶକ ।

 

 

 

ସୂଚନାଥାଉକି, ପ୍ରଥମ ସିଜିନର ଅଦ୍ଭୁତ ସଫଳତା ସହ ସମାପ୍ତ ହୋଇଥିଲା , ଯେଉଁଥିରେ ଦର୍ଶକଙ୍କ ବିପୁଳ ସମାଗମ ଏବଂ ଉଚ୍ଚସ୍ତରୀୟ ପ୍ରତିଯୋଗିତା ଦେଖାଯାଇଥିଲା । ଏଥର ମଧ୍ୟ ଦେଶର ଶ୍ରେଷ୍ଠ ହକି ପ୍ରତିଭା ଓ ଆନ୍ତର୍ଜାତୀୟ ତାରକାମାନଙ୍କ ସହିତ ମହିଳା ହିରୋ ହକି ଇଣ୍ଡିଆ ଲିଗର ଦ୍ୱିତୀୟ ସିଜିନ୍ ଦେଖିବାକୁ ମିଳିବ ।

ଏହି ସିଜିନରେ, ଚାରୋଟି ଫ୍ରାଞ୍ଚାଇଜ୍ – ରାଞ୍ଚି ରୟାଲ୍ସ, ଏସଜି ପାଇପର୍ସ, ଜେଏସଡବ୍ଲୁ ସୁରମା ହକି କ୍ଲବ ଏବଂ ଶ୍ରାଚି ବେଙ୍ଗଲ ଟାଇଗର୍ସ – ଟାଇଟଲ ପାଇଁ ପରସ୍ପର ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଟୁର୍ଣ୍ଣାମେଣ୍ଟ ଫର୍ମାଟ୍ ଡବଲ୍ ରାଉଣ୍ଡ-ରବିନ୍ ହେବ, ପ୍ରତ୍ୟେକ ଦଳ ଲିଗ୍ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ବିପକ୍ଷରେ ଦୁଇଥର ଖେଳିବେ। ତା’ପରେ ଶ୍ରେଷ୍ଠ ଦୁଇଟି ଦଳ ଗ୍ରାଣ୍ଡ ଫାଇନାଲକୁ ଯିବେ । ଏହି ଫାଇନାଲ ମୁକାବିଲା ୧୦ ଜାନୁଆରୀ ୨୦୨୬ରେ ଅନୁଷ୍ଠିତ ହେବ।

ପୂର୍ବ ସିଜିନରେ, ଓଡ଼ିଶା ୱାରିୟର୍ସ ପ୍ରଥମ ମହିଳା ହିରୋ ହକି ଇଣ୍ଡିଆ ଲିଗ୍ ଟାଇଟଲ ଜିତିଥିଲା ଓ JSW ସୁରମା ହକି କ୍ଲବ୍ ଉପବିଜେତା ହୋଇଥିଲା।

ତେବେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ / ଗଣ୍ଡେ ବିଧାୟକ କଳ୍ପନା ସୋରେନ ଉଦଘାଟନ ସମୟରେ ସମସ୍ତଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ହକି ଆମ ରାଜ୍ୟ (ଝାଡ଼ଖଣ୍ଡ)ର ପରିଚୟ। ହକି ଏଠାକାର ଲୋକଙ୍କ ଶିରାପ୍ରଶିରାରେ ପ୍ରବାହିତ। ପୂର୍ବରୁ ଆମ ଅଞ୍ଚଳର ଝିଅମାନେ ଗଛ ଡାଳରୁ ହକି ଷ୍ଟିକ୍ ତିଆରି କରୁଥିଲେ ଏବଂ ସେଥିରେ ଖେଳୁଥିଲେ। ସମୟ ସହିତ, ଝାଡ଼ଖଣ୍ଡର ଏହି ଝିଅମାନେ ସେମାନଙ୍କର କ୍ରୀଡା ଦକ୍ଷତା ମାଧ୍ୟମରେ ଅନ୍ତର୍ଜାତୀୟ ସ୍ତରରେ ନିଜର ନାମ କମାଉଛନ୍ତି। ଏବେ ସେମାନେ ବିଶ୍ୱର ପ୍ରତ୍ୟେକ କୋଣରେ ଦେଶର ନାଁ ଉଚ୍ଚ କରୁଛନ୍ତି। ଖେଳାଳିମାନଙ୍କ ସଫଳତା କାମନା କରି ସେ କହିଛନ୍ତି ଯେ ହିରୋ ହକି ଇଣ୍ଡିଆ ଲିଗ୍ ଭଳି ଇଭେଣ୍ଟ ଝାଡ଼ଖଣ୍ଡର କ୍ରୀଡ଼ା ପ୍ରତିଭାକୁ ନୂତନ ଶିଖରରେ ପହଞ୍ଚାଇବ।

Comments (0)
Add Comment