କମ୍ପିବ ଷ୍ଟାଡିୟମ…ଆଜିଠୁ ପୁରୁଷ ହକି ଇଣ୍ଡିଆ ଲିଗ୍‌ ଆରମ୍ଭ;ଭୁବନେଶ୍ବରରେ ଫାଇନାଲ

ଚେନ୍ନାଇ:ରାଞ୍ଚିରେ ମହିଳା ହକି ଇଣ୍ଡିଆ ଲିଗ୍‌ ଚାଲିଥିବାବେଳେ ଏପଟେ ପୁରୁଷଙ୍କ ଲିଗ୍‌ ଆଜିଠୁ (ଶନିବାର-୩ ଜାନୁଆରୀ) ଚେନ୍ନାଇରେ ଆରମ୍ଭ ହେବ। ଚେନ୍ନାଇର ମେୟର ରାଧାକ୍ରିଷ୍ଣନ୍‌ ହକି ଷ୍ଟାଡିୟମ୍‌ରେ ୯ ତାରିଖ ପର୍ଯ୍ୟନ୍ତ ଏହି ଲିଗ୍‌ର ପ୍ରଥମ ୧୦ ମ୍ୟାଚ୍‌ ଖେଳାଯିବ। ଗୋଟିଏ ଦିନର ବିଶ୍ରାମ ପରେ ୧୧ରୁ ୧୬ ତାରିଖ ପର୍ଯ୍ୟନ୍ତ ୯ ମ୍ୟାଚ୍‌ ରାଞ୍ଚିରେ ଖେଳାଯିବ। ଲିଗ୍‌ ପର୍ଯ୍ୟାୟର ଶେଷ ୯ ମ୍ୟାଚ୍‌ ସହ କ୍ବାଲିଫାୟର, ଏଲିମିନେଟର୍‌, ତୃତୀୟ/ଚତୁର୍ଥ ସ୍ଥାନ ମ୍ୟାଚ୍‌ ଓ ଫାଇନାଲ୍‌ ପର୍ଯ୍ୟାୟ ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ରେ ୧୭ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଖେଳାଯିବ।

 

ଜାନୁଆରୀ ୩ ତାରିଖରେ ସନ୍ଧ୍ୟା ୭:୩୦ ରେ ତାମିଲନାଡୁ ଡ୍ରାଗନ୍ସ ଏବଂ ହାଇଦ୍ରାବାଦ ତୁଫାନ୍ସ ମଧ୍ୟରେ ମୁକାବିଲା ହେବ। ଓଡ଼ିଶାଭିତ୍ତିକ ଘରୋଇ ଦଳ କଳିଙ୍ଗ ଲାନ୍‌ସର୍ସ ୪ ତାରିଖରେ ରାଞ୍ଚି ରୟାଲ୍ସ ବିପକ୍ଷରେ ସିଜନର ଆରମ୍ଭ କରିବ।

ହକି ଇଣ୍ଡିଆର ପ୍ରୟାସ ଯେ ଲିଗକୁ ଯଥାସମ୍ଭବ ଅଧିକ ହକି ପ୍ରେମୀ ସହରରେ ପହଞ୍ଚାଇବା । ଯାହା ଦ୍ୱାରା ପ୍ରଶଂସକମାନେ ବିଶ୍ୱର ଶ୍ରେଷ୍ଠ ଖେଳାଳିମାନଙ୍କ ସହିତ ହାଇ-ଭୋଲଟେଜ ମ୍ୟାଚ୍‌ର ଅଭିଜ୍ଞତା ପାଇପାରିବେ।

ତାମିଲନାଡୁ ଡ୍ରାଗନ୍ସ ଏବଂ ହାଇଦ୍ରାବାଦ ତୁଫାନ୍ସ ମଧ୍ୟରେ ଚଳିତବର୍ଷର ଲିଗ୍ ଆରମ୍ଭ ହେବ। ତୁଫାନ୍ସ ଗତ ସଂସ୍କରଣରେ ରନର୍ସଅପ୍ ହୋଇଥିଲା । ଟାଇଟଲ ବିଜେତା ଶ୍ରାଚି ବେଙ୍ଗଲ ଟାଇଗର୍ସଠାରୁ (୩-୪) ପରାସ୍ତ ହୋଇଥିଲା।

ପୁରୁଷ HILରେ ସ୍ଥାନ ପାଇଥିବା ଆଠଟି ଦଳ ମଧ୍ୟରେ ଡିଫେଣ୍ଡିଂ ଚାମ୍ପିଅନ୍ ଶ୍ରାଚି ବେଙ୍ଗଲ୍ ଟାଇଗର୍ସ, ହାଇଦ୍ରାବାଦ ତୁଫାନ୍ସ, JSW ସୋରମା ହକି କ୍ଲବ୍, SG ପାଇପର୍ସ, ତାମିଲନାଡୁ ଡ୍ରାଗନ୍ସ, ଓଡ଼ିଶାଭିତ୍ତିକ ଦଳ ବେଦାନ୍ତ କଳିଙ୍ଗ ଲାନ୍ସର୍ସ, ରାଞ୍ଚି ରୟାଲ୍ସ ଏବଂ UP ରୁଦ୍ରସ୍ କୁ ଅଧିକାର କରିଥିବା HIL GC ଅନ୍ତର୍ଭୁକ୍ତ।

ହିରୋ ହକି ଇଣ୍ଡିଆ ଲିଗର ସମସ୍ତ ମ୍ୟାଚ୍ Sony Sports Ten 1, Sony Sports Ten 3 ଏବଂ DD Sports ରେ ସିଧା ପ୍ରସାରଣ କରାଯିବ। ମ୍ୟାଚ୍ ଗୁଡିକ Waves ଏବଂ ହକି ଇଣ୍ଡିଆ ଲିଗ୍ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ସିଧା ପ୍ରସାରଣ(Hockey India League YouTube channel) କରାଯିବ।

Comments (0)
Add Comment