‘ଦିଦି’ ଡ଼ାକି ମମତାଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ ଜନ୍ମଦିନ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ମମତା ବାନାର୍ଜୀଙ୍କ ଜନ୍ମଦିନରେ ଏକ ସ୍ୱତନ୍ତ୍ର ଉପାୟରେ ଶୁଭେଚ୍ଛା ଜଣାଇଛନ୍ତି।  ସୋସିଆଲ ମିଡିଆ ପ୍ଲାଟଫର୍ମ X  ରେ ଏକ ପୋଷ୍ଟ ସେୟାର କରି ପ୍ରଧାନମନ୍ତ୍ରୀ ମୋଦି ମମତା ବାନାର୍ଜୀଙ୍କୁ “ଦିଦି” ବୋଲି ସମ୍ବୋଧନ କରିଛନ୍ତି ଏବଂ ତାଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି, ‘ପଶ୍ଜିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ଦିଦିଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା। ମୁଁ ତାଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରୁଛି।’ ମୋଦିଙ୍କର ଏପରି ଶୁଭେଚ୍ଛା ବାର୍ତ୍ତା ବେଶ ଭାଇରାଲ ହେଉଛି । 

ଆସନ୍ତୁ ସକ୍ଷିପ୍ତରେ ନଜର ପକାଇବା ମମତା ବାନାର୍ଜିଙ୍କ ଜୀବନୀ ଉପରେ:

୫ ଜାନୁଆରୀ ୧୯୫୫ରେ କୋଲକାତାରେ ପ୍ରମିଳେଶ୍ୱର ଏବଂ ଗାୟତ୍ରୀ ବାନାର୍ଜୀଙ୍କ କୋଳରେ ଜନ୍ମଗ୍ରହଣ କରିଥିବା ମମତା ବାନାର୍ଜୀ । ତାଙ୍କ ଯାତ୍ରା କୌଣସି ଚଳଚ୍ଚିତ୍ର କାହାଣୀଠାରୁ କମ୍ ନୁହେଁ। ରାଜନୈତିକ କ୍ଷେତ୍ରରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରିବା ପରେ, ମମତା ଅନେକ ଶିକ୍ଷାଗତ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି।

ଛାତ୍ର ଜୀବରୁ ରାଜନୀତିରେ କରିଥିଲେ ପ୍ରବେଶ: 
ଛାତ୍ର ଜୀବନରୁ ରାଜନୀତିରେ ପ୍ରବେଶ ଆରମ୍ଭ କରିଥିଲେ । ଯୋଗମାୟା ଦେବୀ କଲେଜରେ ପାଠପଢ଼ୁଥିବା ସମୟରେ ସେ ଛାତ୍ର ପରିଷଦରେ ଯୋଗ ଦେଇଥିଲେ। ୧୯୮୪ ମସିହାରେ ସେ ଯାଦବପୁର ସଂସଦୀୟ ଆସନରୁ ବିଜୟୀ ହୋଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ପରବର୍ତ୍ତୀ ସମୟରେ, ସେ ୧୯୯୧, ୧୯୯୬, ୧୯୯୮, ୧୯୯୯, ୨୦୦୪ ଏବଂ ୨୦୦୯ ମସିହାରେ ଦକ୍ଷିଣ କୋଲକାତା ନିର୍ବାଚନମଣ୍ଡଳୀରୁ ସାଂସଦ ନିର୍ବାଚିତ ହୋଇଥିଲେ। ମମତା ବାନାର୍ଜୀଙ୍କ ନାମ ଇତିହାସରେ ଲିପିବଦ୍ଧ ହୋଇଛି କାରଣ ସେ ୨୦୧୧ ମସିହାରେ ପଶ୍ଚିମବଙ୍ଗରେ ବାମ ମୋର୍ଚ୍ଚାର ୩୪ ବର୍ଷ ପୁରୁଣା, ଅଭେଦ୍ୟ ଦୁର୍ଗକୁ ଭାଙ୍ଗି ଦେଇଥିଲେ। ୨୦ ମଇ ୨୦୧୧ ରେ, ସେ ପଶ୍ଚିମବଙ୍ଗର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ଏବଂ ସେବେଠାରୁ ଲଗାତାର ତୃତୀୟ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି। କେନ୍ଦ୍ରୀୟ ସ୍ତରରେ, ସେ ରେଳ ମନ୍ତ୍ରୀ, କୋଇଲା ଏବଂ ଖଣି ମନ୍ତ୍ରୀ ଏବଂ ଯୁବ ବ୍ୟାପାର ଏବଂ କ୍ରୀଡା ରାଷ୍ଟ୍ରମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ମଧ୍ୟ ଗ୍ରହଣ କରିଛନ୍ତି। 
Comments (0)
Add Comment