ଦିଲ୍ଲୀ ସେବା ବିଲକୁ ମଞ୍ଜୁରୀ ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ବିବାଦୀୟ ଦିଲ୍ଲୀ ସେବା ବିଲକୁ ଅନୁମୋଦନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହା ଏବେ ଏକ ଆଇନରେ ପରିଣତ ହୋଇଛି। ଏନେଇ ଅଧିସୂଚନା ଜାରି କଲା କେନ୍ଦ୍ର ସରକାର। ବର୍ତ୍ତମାନ ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀ ସରକାର ଅଧିନିୟମ ୨୦୨୩ କୁ ଲାଗୁ କରିବା ପାଇଁ ଏକ ନୋଟିଫିକେସନ୍ ଜାରି କରାଯାଇଛି।

ଏହାପୂର୍ବରୁ ଅଗଷ୍ଟ ୭ ରେ ଦିଲ୍ଲୀ ସେବା ବିଲ୍ ସଂସଦରେ ପାରିତ ହୋଇଥିଲା। ବିଜୁ ଜନତା ଦଳ ଏବଂ ଆନ୍ଧ୍ରପ୍ରଦେଶର ଶାସକ ଦଳ ୱାଇଏସଆର କଂଗ୍ରେସର ସମର୍ଥନରେ ୧୩୧ ରୁ ୧୦୨ ଭୋଟରେ ରାଜ୍ୟସଭାରେ ପାରିତ ହୋଇଥିଲା।

ଦିଲ୍ଲୀ ସେବା ଅଧିନିୟମ ବ୍ୟତୀତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଡିଜିଟାଲ୍ ପର୍ସନାଲ ଡାଟା ପ୍ରୋଟେକସନ୍ ବିଲ୍, ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ବିଲ୍, ଜନ ବିଶ୍ୱାସ (ସଂଶୋଧନ) ବିଲକୁ ମଧ୍ୟ ମଞ୍ଜୁରୀ ଦେଇଛନ୍ତି ।

#Droupadimurmu#National#President
Comments (0)
Add Comment