ମିଡ୍‌ ଡେ’ ଅପରେସନ ବି ଫେଲ୍‌: ବିଜେଡି ନେତା ଲେନିନ ମହାନ୍ତି

ଭୁବନେଶ୍ୱରପୁଣି ବିଜେପିକୁ ଟାର୍ଗେଟ କଲା ବିଜେଡି। ମିଡ୍ ଡେ’ ଅପରେସନ ବି ଫେଲ୍ କହିଲେ ବିଜେଡି ନେତା ଲେନିନ ମହାନ୍ତି । ମିଡ୍ ନାଇଟ୍ ଅପରେସନ୍ ଫେଲ୍ ହୋଇଥିଲାମିଡ୍ ଡେ’ ଅପରେସନ ବି ଫେଲ୍ ହୋଇଗଲା। ମିଡ୍ ଇଭିନିଙ୍ଗ ଅପରେସନ୍ ବି ଫେଲ୍ ହେବ କହିଲେ ଲେନିନ ମହାନ୍ତି

ଏହା ସହ ସେ କହିଛନ୍ତି ଯେ ଦଳକୁ ଦୁର୍ବଳ କରିବାକୁ ଷଡଯନ୍ତ୍ର କରାଯାଇଥିଲା । ଏଥିରେ ବିଜୟ ମହାପାତ୍ରଅରବିନ୍ଦ ମହାପାତ୍ରସନାତନ ମହାକୁଡ ଅଂଶ ଥିଲେ । ଗତ କିଛି ମାସ ହେବ ଏମାନେ ଷଡଯନ୍ତ୍ରରେ ସାମିଲ୍ ଥିଲେ । କିଛି ଲାଗିଛନ୍ତି ଦଳକୁ ଦୁର୍ବଳ କରିବାକୁବିଜୟ ମହାପାତ୍ର ବ୍ୟାକଅପ୍ ଦେଉଥିଲେ। ଗୋଟେ ପ୍ରଶ୍ନ ଉଠୁଛି ଯେ ଅନ୍ୟମାନଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ।

ଦେବାଶିଷ ସାମନ୍ତରାୟଙ୍କ ଭଳି କିଛି ନେତା କହିନାହାନ୍ତି ଦଳ ଭାଙ୍ଗୁ ବୋଲି । କିନ୍ତୁ ଏମାନେ ଦଳକୁ କ୍ଷତି କରିବାକୁ ଚେଷ୍ଟା କରୁଥିଲେସେଥିପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଦୁର୍ନିତିଗ୍ରସ୍ତ ଓ ବିଶ୍ୱାସଘାତକତା ପାଇଁ ନିଲମ୍ବନ ହେଲେ । ମାସ ମାସ ଧରି ବିଚାର ପରେ ପ୍ରମାଣିତ ହେଲାତାପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

Comments (0)
Add Comment