ବିଳମ୍ବିତ ରାତିରେ ୧ ନମ୍ବର ହାଟରେ ଭୟାବହ ଅଗ୍ନିକାଣ୍ଡ, ଧ୍ବଂସ ପାଇଲା ୪୦ରୁ ଅଧିକ ଦୋକାନ

ଭୁବନେଶ୍ବରଭୁବନେଶ୍ବର ଏକ ନମ୍ବର ହାଟରେ ବଡ଼ ଧରଣର ଅଗ୍ନିକାଣ୍ଡ। ବିଳମ୍ବିତ ରାତିରେ ହୁତୁହୁତୁ ହୋଇ ଜଳିଲା ହାଟ। ପ୍ରାୟ ରାତି ଗୋଟାଏରେ ଏହି ଅଗ୍ନିକାଣ୍ଡ ହୋଇଥିବା ବେଳେ ଏହା କିପରି ଘଟିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ରାତି ପ୍ରାୟ ଗୋଟାଏରେ ପ୍ରଥମେ ଫଳ ଦୋକାନରେ ନିଆଁ ଲାଗିଥିଲା। ପରେ ଏହି ନିଆଁ ବ୍ୟାପିଥିଲା। ତେବେ ରାତି ତିନିଟା ପର୍ଯ୍ୟନ୍ତ ନିଆଁ ଜଳୁଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଅଗ୍ନିକାଣ୍ଡରେ ପ୍ରାୟ ୪୦ ଦୋକାନ ଘର ପୋଡି ଧ୍ବଂସ ହୋଇଥିବା ସୂଚନା ରହିଛି।

୩ ଘଣ୍ଟା ପରେ ୧୩ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି । ତେବେ ନିଆଁ ଆଁରେ ଅନେକ ଦୋକାନ ଜଳିପୋଡି ପାଉଁଶ ହୋଇଯାଇଥିବା ବେଳେ କ୍ଷତିପୂରଣ ଦେବାକୁ ସରକାରଙ୍କୁ ନିବେଦନ କରିଛନ୍ତି ଦୋକାନୀ।

ଭୁବନେଶ୍ବର: ଭୁବନେଶ୍ବର ଏକ ନମ୍ବର ହାଟରେ ବଡ଼ ଧରଣର ଅଗ୍ନିକାଣ୍ଡ। ବିଳମ୍ବିତ ରାତିରେ ହୁତୁହୁତୁ ହୋଇ ଜଳିଗଲା ହାଟ। ପ୍ରାୟ ରାତି ଗୋଟାଏରେ ଏହି ଅଗ୍ନିକାଣ୍ଡ ହୋଇଥିବା ବେଳେ ଏହା କିପରି ଘଟିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ରାତି ପ୍ରାୟ ଗୋଟାଏରେ ପ୍ରଥମେ ଫଳ ଦୋକାନରେ ନିଆଁ ଲାଗିଥିଲା। ପରେ ଏହି ନିଆଁ ବ୍ୟାପିଥିଲା। ତେବେ ରାତି ତିନିଟା ପର୍ଯ୍ୟନ୍ତ ନିଆଁ ଜଳୁଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଅଗ୍ନିକାଣ୍ଡରେ ପ୍ରାୟ ୪୦ ଦୋକାନ ଘର ପୋଡି ଧ୍ବଂସ ହୋଇଥିବା ସୂଚନା ରହିଛି।

୩ ଘଣ୍ଟା ପରେ ୧୩ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି । ତେବେ ନିଆଁ ଆଁରେ ଅନେକ ଦୋକାନ ଜଳିପୋଡି ପାଉଁଶ ହୋଇଯାଇଥିବା ବେଳେ କ୍ଷତିପୂରଣ ଦେବାକୁ ସରକାରଙ୍କୁ ନିବେଦନ କରିଛନ୍ତି ଦୋକାନୀ।

Comments (0)
Add Comment