ପ୍ରେମିକା ପାଇଁ ୪ କି.ମି. ଗଡି ଗଡି ଗଲା ପ୍ରେମିକ

ରାୟଗଡ଼ା: ସତରେ ପ୍ରେମ ଅନ୍ଧ । ଆଉ ଏହି ପ୍ରେମକୁ ପାଇବା ପାଇଁ ମଣିଷ କିଛି ବି କରିବାକୁ ପ୍ରସ୍ତୁତ ଥାଏ । ହେଲେ ପ୍ରେମିକାର ପ୍ରେମ ପାଇବା ପାଇଁ ଜଣେ ଏତେ କଷ୍ଟ କରିବ ତାହା ବୋଧହୁଏ ଆପଣ ଦେଖିନଥିବେ । ଦେଖନ୍ତୁ ଏହି ଭିଡିଓ ଜଣେ ଯୁବକ ପ୍ରେମିକାକୁ ପାଇବା ପାଇଁ ୪ କିଲୋମିଟର ଗଡି ଗଡି ଯାଇଛନ୍ତି । ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ଳାଭଟା କପିଳେଶ୍ୱର ମନ୍ଦିରରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ।
ଭଗବାନଙ୍କୁ ପାଇବା ପାଇଁ କାଉଡିଆମାନେ ଚାଲି ଚାଲି ଯାଇଥାନ୍ତି । ହେଲେ ଏଠାରେ କଥା ଅଲଗା । ପ୍ରେମିକାକୁ ପାଇବା ପାଇଁ ପ୍ରେମିକ ୪ କିଲୋମିଟର ଗଡିଛି । ପବିତ୍ର ଶିବରାତ୍ରୀ ଅବସରରେ ମୁନିଗୁଡା ବ୍ଲକ ଇଛାପୁର ପଞ୍ଚାୟତ ଡାଙ୍ଗବାଡି ଗାଁର ଗୁରୁଦାସ ଡଙ୍ଗରି ଓ ମରିଚ ଡଙ୍ଗରିଙ୍କ ପୁଅ ଲୋକନାଥ ଡଙ୍ଗରି ଜଣେ ଯୁବତୀଙ୍କୁ ପ୍ରେମ କରନ୍ତି । ଲୋକନାଥଙ୍କ ଅଜାଣତରେ ଗୋଟିଏ ଭୂଲ ହୋଇଯାଇଥିଲା । ସେହି ଭୂଲକୁ ସୁଧାରିବା ପାଇଁ ସେ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି ।

ନିଜ ପ୍ରେମକୁ ପାଇବା ପାଇଁ ଡାଙ୍ଗବାଡି ଗାଁରୁ ଅମ୍ଳାଭଟା ଶିବ ମନ୍ଦିର ଯାଏଁ ପ୍ରାୟ ୪ କିଲୋମିଟର ରାସ୍ତାରେ ଗଡିଗଡି ଆସି ଶିବଙ୍କୁ ଦର୍ଶନ କରି ମାନସିକ କରିଥିଲେ । ତେବେ ପୁଅର ଏଭଳି ପ୍ରେମକୁ ସାର୍ଥକ କରିବା ପାଇଁ ତାଙ୍କ ପରିବାର ରାସ୍ତାରେ ଲୁଗା ଗାମୁଛା ପକାଉଥିବା ମଧ୍ୟ ଦେଖିବାକୁ ମିଳିଛି। ଆଜି କାଲିକା ଦୁନିଆରେ ପ୍ରେମକୁ ପାଇବା ପାଇଁ ଯୁବପିଢୀ ଏଭଳି କରୁଛନ୍ତି ତାହା ଜାଣିଲେ ତାଜୁବ ଲାଗୁଛି । ତେବେ ଲୋକନାଥଙ୍କୁ ତାଙ୍କ ପ୍ରେମିକା ମିଳିବ କି ନାହିଁ ଠିକ ନାହିଁ ହେଲେ ଲୋକନାଥଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Comments (0)
Add Comment