ବିଶୃଙ୍ଖଳିତ ଆଚରଣ ପାଇଁ ୩ ସେବାୟତଙ୍କୁ କୈଫିୟତ ତଲବ; ଅଫିସରଙ୍କୁ ଦୁର୍ବ୍ୟବହାର…

ପୁରୀ: ଗତ ୨୮ ଫେବୃଆରୀ ତାରିଖରେ ସେବାପୂଜାରେ ବିଳମ୍ବ, ଡ୍ୟୁଟିରେ ଥିବା ଅଧିକାରୀଙ୍କ ପ୍ରତି ଦୁର୍ବ୍ୟବହାର ଓ ବିଶୃଂଖଳ ଆଚରଣ ଅଭିଯୋଗରେ ତିନିଜଣ ସେବକଙ୍କୁ କୈଫିୟତ ତଲବ
। ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ କୈଫିୟତ ତଲବ କରିଛନ୍ତି। ଉକ୍ତ ତିନିଜଣ ସେବକଙ୍କୁ ସାତ ଦିନ ମଧ୍ୟରେ ନିଜର ଲିଖିତ କୈଫିୟତ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରାମକୃଷ୍ଣ ଖୁଣ୍ଟିଆ ଅନ୍ୟ ଜଣେ ପାଳିଆ ଖୁଣ୍ଟିଆ ସେବକଙ୍କ ଖଟଣିଆ ଭାବେ ପାଳି ଖଟିଥିବା ସତ୍ତ୍ୱେ, ନିର୍ଦ୍ଦିଷ୍ଟ ନୀତି ସମ୍ପାଦନରେ ଅହେତୁକ ବିଳମ୍ବ କରିବା ସହ କର୍ତ୍ତବ୍ୟରତ କର୍ମଚାରୀ ଓ ଅଧିକାରୀଙ୍କ ସହ ଅଶୋଭନୀୟ ବ୍ୟବହାର କରିଥିବା ଅଭିଯୋଗ ରହିଛି। ସେହିପରି ଶ୍ରୀ ମାଧବ ଖୁଣ୍ଟିଆ (ହାତୀ) ଓ ଶ୍ରୀ ମଧୁସୂଦନ ଖୁଣ୍ଟିଆ (ଷଣ୍ଢି) ମଧ୍ୟ ସେବା ସମ୍ପାଦନରେ ବାଧା ସୃଷ୍ଟି କରି ବିଶୃଂଖଳା ପ୍ରଦର୍ଶନ କରିଥିବା ଅଭିଯୋଗ ଆସିଛି।

ଏହା ସହ ରାମକୃଷ୍ଣ ଖୁଣ୍ଟିଆଙ୍କ ବିରୋଧରେ ଜାରି ହୋଇଥିବା ଶାଢ଼ୀବନ୍ଧା ଆଦେଶ କାହିଁକି ପ୍ରତ୍ୟାହାର କରାଯିବ ନାହିଁ, ସେ ସମ୍ବନ୍ଧରେ ସନ୍ତୋଷଜନକ ଉତ୍ତର ଦେବା ପାଇଁ ମଧ୍ୟ ନୋଟିସ୍ ଜାରି କରାଯାଇଛି।

Comments (0)
Add Comment