ପୁଣି କମ୍ପିବ ବିଧାନସଭା, ମୁହାମୁହିଁ ହେବେ ଶାସକ-ବିରୋଧୀ

ଭୁବନେଶ୍ୱର: ସୋମବାରଠାରୁ ଆରମ୍ଭ ହେଉଛି ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ। ପ୍ରଥମ ପର୍ଯ୍ୟାୟ ପରି ୨ୟ ପର୍ଯ୍ୟାୟରେ ମଧ୍ୟ ଗୃହ ହୁଲୁସ୍ତୁଲ ହୋଇପାରେ। ମଣ୍ଡି ଅବ୍ୟବସ୍ଥା, ଚାଷୀ ଆତ୍ମହତ୍ୟା, ମହାନଦୀ ଜଳ ବିବାଦ, ଆଇନ ଶୃଙ୍ଖଳା ଓ ପୂର୍ବ ବଜେଟ ଅର୍ଥ ଖର୍ଚ୍ଚ ନ ହେବାକୁ ପ୍ରସଙ୍ଗକୁ ଅସ୍ତ୍ର କରି ସରକାରଙ୍କୁ ଘେରିବେ ବିରୋଧୀ।

ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ନେଇ ବିଜେଡି ସୁପ୍ରିମୋ କ୍ଷୋଭ ପ୍ରକାଶ କରିଥିବା ବେଳେ ଗୃହରେ ଏହାକୁ ଉଠାଇପାରେ ଦଳ। ରାଜ୍ୟସଭା ନିର୍ବାଚନରେ କମନ କ୍ୟାଣ୍ଡିଡେଟ ପ୍ରସଙ୍ଗରେ ହୋଇପାରେ ସରଗରମ ଆଲୋଚନା। ତେବେ ବିଧାନସଭାରେ ଉଭୟ ଦଳ ଉଭୟଙ୍କ ପ୍ରସଙ୍ଗରେ ଲଢ଼ିବେ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ।

ସେହିଭଳି ଅର୍ଥ, ସ୍ବରାଷ୍ଟ୍ର, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି। ଶୁନ୍ୟକାଳରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଉଭୟ ଶାସକ ଓ ବିରୋଧୀ ଦଳ ଉଠାଇବେ। ଦ୍ଵିତୀୟ ପର୍ଯ୍ୟାୟ ମାର୍ଚ୍ଚ ୯ ତାରିଖରୁ ଏପ୍ରିଲ ୮ ତାରିଖ ଯାଏଁ ଲମ୍ବା ସମୟ ଅଧିବେଶନ ରହିଛି।

୧୦ତାରିଖରୁ ବିଭିନ୍ନ ବିଭାଗର ବଜେଟ ଆଲୋଚନା ଆରମ୍ଭ ହେବ। ମାର୍ଚ୍ଚ ୩୧ତାରିଖରେ ବ୍ୟୟ ମଞ୍ଜୁର ବିଲ୍ ଗୃହରେ ପାରିତ କରାଯିବ। ଦ୍ଵିତୀୟ ପର୍ଯ୍ୟାୟ ଅଧିବେଶନରେ ଗୃହରେ ବିରୋଧୀ ଓ ଶାସକ ଦଳର ଆଭିମୁଖ୍ୟ କଣ ରହିବ ତାହା ଉପରେ ନଜର l ଅଧିବେଶନ ସମୟରେ ରାଜ୍ୟସଭା ନିର୍ବାଚନ ରହୁଥିବାରୁ ଗୃହରେ ରାଜନୈତିକ ଉଷ୍ମତା ଜାରି ରଖିବ l

Comments (0)
Add Comment