ରାଜ୍ୟର ୩ଟି କୋର୍ଟକୁ ବୋମାରେ ଉଡାଇଦେବାକୁ ଧମକ, ତଦନ୍ତ ପରେ ସ୍ବାଭାବିକ ହେଲା ସମସ୍ତ କାର୍ଯ୍ୟ

ପୁରୀ: କୋର୍ଟକୁ ପୁଣି ବୋମା ଆତଙ୍କ । ପୁରୀ, ବରଗଡ଼ ଓ କଳାହାଣ୍ଡି ଜିଲ୍ଲା କୋର୍ଟକୁ ମିଳିଛି ବୋମା ଧମକ । ଜିଲ୍ଲା ଦୌରା ଓ ଜଜଙ୍କ ଇମେଲକୁ ଏହି ଧମକପୂର୍ଣ୍ଣ ମେଲ୍ ଆସିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ କୋର୍ଟକୁ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।

ତଦନ୍ତ ବେଳେ ଘଟଣାସ୍ଥଳରେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଓ ଏସପି ନାଗରାଜ ଦେବର କୋଣ୍ଡା ଉପସ୍ଥିତ ଥିଲେ ।

ବରଗଡ଼ ସିଭିଲ କୋର୍ଟକୁ ଇ-ମେଲରେ ବୋମା ଧମକ ଅସିଛି। ଦିନ ୧ଟାରେ ବୋମା ବିସ୍ଫୋରଣ ହେବ ବୋଲି ଧମକ ରହିଛି। ସେହିପରି ପୁରୀ କୋର୍ଟକୁ ପୁଣିଥରେ ବୋମା ଧମକ ମିଳିଥିଲା । ମେଲ ଆସିବା ପରେ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି ।

ଅଦାଲତର ସମସ୍ତ କାର୍ଯ୍ୟକୁ ବନ୍ଦ କରାଯାଇଥିଲା । ବର୍ତ୍ତମାନ କିନ୍ତୁ ପୁରୀ କୋର୍ଟ କାର୍ଯ୍ୟ ସ୍ଵାଭାବିକ ହୋଇଛି । ଗତ ଫେବୃଆରୀ ୬ ତାରିଖରେ ମଧ୍ୟ ପୁରୀ କୋର୍ଟକୁ ବୋମା ଧମକ ମିଳିଥିଲା ।

Comments (0)
Add Comment